fbpx

୧୯ ବର୍ଷରୁ କମ୍ ବିଶ୍ୱକପ୍: ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ନିଜର ଯାଦୁ ଦେଖାଇଛି । ନୂଆ ଯୁବ ତାରକା ରବି କୁମାର ବାଂଲାଦେଶ ବିପକ୍ଷ କ୍ୱାର୍ଟର ଫାଇନାଲରେ ଚମକିଛନ୍ତି । ସେ ୩ଟି ୱିକେଟ ନେବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛି । ଆସନ୍ତା ଫେବୃଆରୀ ୨ ତାରିଖରେ ଭାରତ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ।

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩୭.୧ ଓଭରରେ ମାତ୍ର ୧୧୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଆଇଚ ମୋଲ୍ଲାହ ୧୭, ଏସଏମ ମେହେରୋବ ୩୦ ଓ ଆଶିକ୍ୟୁର ଜାମନ ୧୬ ରନ କରିଥିଲେ । ବାଲାଂଦେଶର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ରବିଙ୍କ ବ୍ୟତୀତ ଭିକି ଓଷ୍ଟୱାଲ ୨ଟି, ରାଜବର୍ଦ୍ଧନ ହଙ୍ଗରଗେକର, କୌଶଲ ତାମ୍ବେ ଓ ଅଙ୍ଗକ୍ରିଶ ରଘୁବଂଶୀ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ୩.୦୫ ଓଭରରେ ୫ ୱିକେଟ ହରାଇ ୧୧୭ ରନ୍ ସଂଗ୍ର କରିନେଇଥିଲା । ଅଙ୍ଗକ୍ରୀଶ ୪୪, ଶୈକ ରଶିଦ ୨୬ ରନ୍ ସଂଗ୍ରହ କରିଥିବା ବେଳେ ଓ ୟ୍ୟାଶ ଧୁଲ ୨୦ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ରିପୋନ ମୋଣ୍ଡୋଲ ୪ଟି ଓ ଟାଞ୍ଜିବ ହାସନ ସକିବ ୧ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.