IND vs AUS: ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବାର ନେଲା ନିଷ୍ପତ୍ତି
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଦୁବାଇ ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି।
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୬ଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁବାଇରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ ଷ୍ଟିଭ ସ୍ମିଥ ଟ୍ସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି।
ଚାଲିଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଉପରେ ଭାରତ ଭାରି ପଡିବ ବୋଲି କୁହାଯାଉଛି। ଟିମର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍ ଏବଂ ପ୍ୟାଟ୍ କମିନ୍ସ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁ ନାହାଁନ୍ତି। ଭାରତ ଚାମ୍ପିଅନ୍ସ ଟ୍ରଫି 2025 ରେ ତିନୋଟି ମ୍ୟାଚ୍ ଖେଳିଛି ଏବଂ ତିନୋଟି ମ୍ୟାଚ୍ ଜିତିଛି।