fbpx
BSKY
BJD MC SKY
BJD MS SKY

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ପୁର୍ବରୁ ଭାରତକୁ ବଡ଼ ଝଟକା: ବାଦ୍ ପଡ଼ିଲେ ଏହି ଖେଳାଳି, ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ସୁଯୋଗ

ନୁଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୁର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଶ୍ରେୟସ୍ ଆୟର ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ୍ ପଡ଼ିଛନ୍ତି। ଅଣ୍ଟାରେ ଆଘାତ ପାଇଁ ଆୟର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ମଧ୍ୟ ଖେଲି ପାରି ନଥିଲେ। ଏବେ ଖବର ଆସିଛି ଯେ, ଆୟର ଏବେ ମଧ୍ୟ ସମ୍ପୁର୍ଣ୍ଣ ଭାବେ ଫିଟ୍ ନାହାନ୍ତି। ଆୟରଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିପାରେ। ଅର୍ଥାତ୍ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଟେଷ୍ଟରେ ସୂର୍ଯ୍ୟକୁମାର ଯାଦବ ଡେଭ୍ୟୁ କରି ପାରନ୍ତି।

0udk5omo

ଆଗାମୀ ବର୍ଡର-ଗାଭାସ୍କର ସିରିଜ ଭାରତ ପାଇଁ ଖୁବ୍ ଗୁରୁତ୍ୱପୁର୍ଣ୍ଣ। କାରଣ ବିଶ୍ୱ ଟେଷ୍ଟ ଚାମ୍ପିୟନସୀପ(WTC) ଫାଇନାଲ ଯୋଗ୍ୟତା ଅର୍ଜନ କରିବା କୌଣସି ପ୍ରକାରେ ଭାରତକୁ ଏହି ସିରିଜ ଜିତିବାକୁ ପଡ଼ିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ WTC ସିରିଜର ପ୍ରଥମ ମ୍ୟାଚ୍ ୯ରୁ ୧୩ ଫେବୃଆରୀ ଯାଏଁ ନାଗପୁରରେ ଖେଳାଯିବ। ଏହି ସିରିଜରେ ୪ ମ୍ୟାଚ୍ ଖେଳାଯିବ।

 

ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ କାର୍ଯ୍ୟସୂଚୀ:
ପ୍ରଥମ ଟେଷ୍ଟ, ନାଗପୁର – ଫେବୃଆରୀ ୯-୧୩ (ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌)
ଦ୍ୱିତୀୟ ଟେଷ୍ଟ, ଦିଲ୍ଲୀରେ – ୧୭-୨୧ ଫେବୃଆରୀ (ଅରୁଣ ଜେଟଲୀ ଷ୍ଟାଡିୟମ୍‌)
ତୃତୀୟ ଟେଷ୍ଟ, ଧର୍ମଶାଳା- ମାର୍ଚ୍ଚ ୧-୫ (ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌)
ଚତୁର୍ଥ ଟେଷ୍ଟ, ଅହମ୍ମଦାବାଦରେ – ମାର୍ଚ୍ଚ ୯-୧୩ (ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌)

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏସ୍ ଭରତ (ଉଇକେଟ୍ ରକ୍ଷକ), ଇଶାନ କିଶାନ (ଉଇକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ।

ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଆଷ୍ଟନ୍ ଅଗର, ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରନ୍ ଗ୍ରୀନ୍‌, ପିଟର ହ୍ୟାଣ୍ଡସକମ୍ବ, ଜୋସ୍ ହାଜଲେଉଡ୍‌, ଟ୍ରାଭିସ୍ ହେଡ୍‌, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍‌, ଲାନ୍ସ ମୋରିସ୍‌, ଟଡ୍ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ମିଚେଲ୍ ଷ୍ଟାର୍କ, ମିଚେଲ ସ୍ୱେପସନ୍‌, ଡେଭିଡ ୱାର୍ଣ୍ଣର।

Get real time updates directly on you device, subscribe now.