IND vs BAN: ମାଗଣାରେ ଲାଇଭ୍ ମ୍ୟାଚ୍ ଦେଖିବାର ସବୁଠୁ ଭଲ ଉପାୟ, ଜାଣନ୍ତୁ କେତେଟାରେ ଆରମ୍ଭ ହେବ ମୁକାବିଲା

ଭାରତ ଏବଂ ବାଂଲାଦେଶର ଟିମ ଆଜି ଚାମ୍ପିୟନ୍ସ ଟ୍ରଫିରେ ମୁହଁମୁହିଁ ହେବେ। ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଏହି ମୁକାବିଲା ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବ।

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଆଜିଠୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିବାକୁ ଯାଉଛି। ଆଜି ଏହି ଆଇସିସି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ, ଯେଉଁଥିରେ ଭାରତ ଏବଂ ବାଂଲାଦେଶର ଟିମ ମୁହାଁମୁହିଁ ହେବେ। ଏହି ମ୍ୟାଚ ଦୁଇଟି ଟିମପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ।

କାରଣ ଏଠାରେ ହାରିବାର ଅର୍ଥ ଟୁର୍ଣ୍ଣାମେଣ୍ଟରୁ ବାହାରିଯିବା। ଏହାରି ମଧ୍ୟରେ ଡେ ଏବଂ ନାଇଟରେ ଖେଲାଯାଉଥିବା ଏହି ମ୍ୟାଚକୁ ଟିଭି ଏବଂ ଫୋନରେ କିପରି ଦେଖିବେ ଜାଣନ୍ତୁ। ଏଥିସହ ମ୍ୟାଚ କେଉଁ ସମୟରେ ଆରମ୍ଭ ହେବ ଏବଂ ଟସ୍ ଟାଇମ କଣ ରହିବ, ଜାଣନ୍ତୁ।

ମ୍ୟାଚ ସମୟ: ଟିମ ଇଣ୍ଡିଆ ଦୁବାଇରେ ଖେଳିବ ନିଜର ସମସ୍ତ ମ୍ୟାଚ। ଦ୍ୱିପ୍ରହର ୨ଟା ୩୦ ମିନିଟରେ ଆରମ୍ଭ ହେବ ମୁକାବିଲା। ଗତ ଦୁଇ ଦିନରୁ ଲଗାତାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଟିମ ଇଣ୍ଡିଆ ନିଜର ପ୍ରସ୍ତୁତି ଚଳାଇଛି। ତେବେ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ ୨ଟାରେ ଟସ୍ ପଡିବ।

ଏମିତି ଦେଖିପାରିବେ ଲାଇଭ୍ ମ୍ୟାଚ୍‌: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚକୁ ଦେଖିବା ପାଇଁ ଆପଣ ଟିଭିରେ ଷ୍ଟାର ସ୍ପୋର୍ଟସ ୧ ଏବଂ ସ୍ପୋର୍ଟସ ୧୮ରେ ଦେଖିପାରିବେ। ଏହି ଦୁଇଟି ଚ୍ୟାନେଲରେ ଆପଣ ଲାଇଭ୍ ମ୍ୟାଚ ଦେଖିପାରିବେ।

ଯଦି ଆପଣ ମୋବାଇଲରେ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ସ୍ପୋର୍ଟ ଟିଭି ଜିଓ ହଟ ଷ୍ଟାରରରେ ଦେଖିପାରିବେ। ଡିଜନୀ ପ୍ଲସ ହଟଷ୍ଟାର ବର୍ତ୍ତମାନ ଜିଓ ହଟଷ୍ଟାର ହୋଇଯାଇଛି।