ଇଂଲଣ୍ଡ ଟିମକୁ ଦ୍ୱିତୀୟ ଝଟକା, ଫିଲ୍ ସଲ୍ଟଙ୍କ ପରେ ଆଉଟ୍ ହେଲେ ଡକେଟ୍‌

ଆଉଟ୍ ହେଲେ ଇଂଲଣ୍ଡ ଟିମର ଫିଲ୍ ସଲ୍ଟ ଏବଂ ଡକେଟ୍‌

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୱାନଡେ ସିରିଜର ଦ୍ୱିତୀୟ ମୁକାବିଲା କଟକ ବାରବାଟୀରେ ଖେଳା ଯାଉଛି । ଏହି ମ୍ୟାଚରେ ଇଂଲଣ୍ଡର ଟିମ ଟ୍ସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।

ଟିମ ଇଣ୍ଡିଆ ପ୍ରଥମ ୱାନଡେ ମ୍ୟାଚ ଜିତି ସିରିଜରେ ୧-୦ ବୃଦ୍ଧିକୁ ହାସଲ କରିଥିଲା । ଇଂଲଣ୍ଡ ଭାରତ ବିପକ୍ଷରେ ଦ୍ୱିତୀୟ ୱାନଡେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୮୧ ସ୍କୋରରେ ନିଜର ପ୍ରଥମ ୱିକେଟ ହରାଇଛି । ଫିଲ ସଲ୍ଟ ୨୬ ରନ କରି ବରୁଣ ଚକ୍ରବର୍ତ୍ତିଙ୍କର ଶିକାର ହୋଇଛନ୍ତି ।

ଇଂଲଣ୍ଡ ଟିମର ଦ୍ୱିତୀୟ ୱିକେଟର ପତନ ଘଟିଛି । ପାଭିଲିୟନ ଫେରିଲେ ବେନ ଡକେଟ୍ । ୬୫ ରନ କରି ଆଉଟ୍ ହେଲେ ।