କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ଇଂଲଣ୍ଡ ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୩୦୫ ରନର ଟାର୍ଗେଟ ରଖିଥିଲେ ।
ଏହାରି ମଧ୍ୟରେ ୩୫ ଓଭରର ଖେଳ ସମାପ୍ତ ହୋଇଛି । ଭାରତ ୩ ୱିକେଟ୍ ହରାଇ ୨୪୮ ରନ୍ କରିଛି । ଏବେ ଜିତିବା ପାଇଁ କେବଳ ୫୭ ରନ ଆବଶ୍ୟକ ।
ରୋହିତ ଶର୍ମା ଏକ ଝଡ଼ପୂର୍ଣ୍ଣ ଶତକ ହାସଲ କରିବା ପରେ ଆଉଟ ହୋଇଛନ୍ତି । ସେ ୯୦ ବଲରେ ୧୧୯ ରନର ଏକ ଇନିଂସ ଖେଳିଥିଲେ । ଏହି ସମୟରେ ସେ ୭ଟି ଛକା ଏବଂ ୧୨ଟି ଚୌକା ମାରିଥିଲେ ।