ଲର୍ଡସରେ ଲଢେଇ ଆରମ୍ଭ, ପ୍ରଥମରୁ ଭାରତକୁ ଝଟକା, ପାଭେଲିୟନ ଫେରିଲେ ପନ୍ତ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଲର୍ଡସ ମଇଦାନରେ ଖେଳାଯାଉଛି।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜି ଟେଷ୍ଟ ମ୍ୟାଚ୍ର ପଞ୍ଚମ ଦିନ। ଭାରତୀୟ ଦଳକୁ ଜିତିବା ପାଇଁ 193 ରନ୍ର ଟାର୍ଗେଟ ଦେଇଛି ଇଂଲଣ୍ଡ।
ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର 58 ରନ୍ରେ ଚାରିଟି ୱିକେଟ୍ ହରାଇଛି। କେଏଲ୍ ରାହୁଲ 33 ରନ୍ କରି କ୍ରିଜ୍ରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସିରିଜ୍ରେ 2-1ର ଅଗ୍ରଣୀ ହାସଲ କରିବା ପାଇଁ ଇଂଲଣ୍ଡକୁ ଆହୁରି 6ଟି ୱିକେଟ୍ ନେବାକୁ ପଡିବ। ଏହି ମ୍ୟାଚ୍ଟି ବହୁତ ରୋମାଞ୍ଚକର ମୋଡ଼ରେ ଅଛି।
ଟିମ୍ ଇଣ୍ଡିଆ ଶେଷ ଦିନର ଆରମ୍ଭ ବହୁତ ଭଲ ଭାବରେ କରିଛି। କେଏଲ ରାହୁଲ ଏବଂ ରିଷଭ ପନ୍ତ ଦଳର ସ୍କୋରକୁ 70 ରନ ଅତିକ୍ରମ କରାଇଛନ୍ତି। ଭାରତୀୟ ଦଳ ଏବେ ବିଜୟଠାରୁ 122 ରନ ଦୂରରେ ଅଛି।
ବର୍ତ୍ତମାନ ୭୧ ରନ ସ୍କୋରରେ ଟିମ୍ ଇଣ୍ଡିଆ ଏକ ବଡ଼ ୱିକେଟ ହରାଇଛି। ରିଷଭ ପନ୍ତ ୯ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି।

