IND vs ENG: ଲର୍ଡସ୍ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡର ରୋମାଞ୍ଚକର ବିଜୟ, ୨୨ ରନରେ ହାରିଲା ଭାରତ

ଶେଷରେ ଲର୍ଡ୍ସ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ ।

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଲର୍ଡସରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।

ଇଂଲଣ୍ଡ 22ରନରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ 193 ରନର ଟାର୍ଗେଟ ଦେଇଥିଲା। କିନ୍ତୁ ଜବାବରେ ଭାରତୀୟ ଦଳ 170 ରନ କରି ଅଲଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ରହି ବ୍ୟାଟିଂ କରିପାରି ନଥିଲେ, ଯାହା ଫଳରେ ଶେଷରେ ସେମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ପ୍ରଥମ ଇନିଂସରେ ଉଭୟ ଟିମ୍ ୩୮୭ ରନ୍ କରିଥିଲେ– ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୮୭ ରନ୍ କରିପାରିଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ୧୦୪ ରନ୍ କରିଥିଲେ ।

ତାଙ୍କ ବ୍ୟତୀତ ଜେମି ସ୍ମିଥ୍ ୫୧ ଏବଂ ବ୍ରାଇଡନ୍ କାର୍ସେ ୫୬ ରନ୍  କରିପାରିଥିଲେ । ଜବାବରେ ଟିମ୍ ଇଣ୍ଡିଆ ମଧ୍ୟ ପ୍ରଥମ ଇନିଂସରେ ୩୮୭ ରନ୍ କରିପାରିଥିଲା। ପ୍ରଥମ ଇନିଂସରେ ଭାରତ ପାଇଁ କେଏଲ୍ ରାହୁଲ ଶତକ ହାସଲ କରିଥିଲେ । ତାଙ୍କ ବ୍ୟତୀତ ରିଷଭ ପନ୍ତ ୭୪ ଏବଂ ରବିନ୍ଦ୍ର ଜାଡେଜା ୭୨ ରନ୍ କରିଥିଲେ ।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ଆସିବା ସମୟରେ, ସେମାନଙ୍କର ବ୍ୟାଟ୍ସମ୍ୟାନମାନେ ସେଠାରେ ମଧ୍ୟ ବିଶେଷ କିଛି କରିପାରି ନଥିଲେ। ଦ୍ୱିତୀୟ ଇନିଂସରେ, ଇଂଲଣ୍ଡ ଦଳ ଲଗାତାର ୱିକେଟ୍ ହରାଇ ଚାଲିଥିଲା। ସେଠାରେ ମଧ୍ୟ ଜୋ ରୁଟ୍ ଦଳ ପାଇଁ ସର୍ବାଧିକ ୪୦ ରନ୍ କରିଥିଲେ ।

ତାଙ୍କ ବ୍ୟତୀତ ଅଧିନାୟକ ବେନ୍ ଷ୍ଟୋକ୍ସ ୩୩ ଏବଂ ହ୍ୟାରି ବ୍ରୁକ୍ ୨୩ ରନ୍ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପାଇଁ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୪ ୱିକେଟ୍ ନେଇଥିଲେ । ଜସପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୯୨ ରନ କରିବାକୁ ସଫଳ ହୋଇଥିଲା।

ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ- ଏହି ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନମାନେ ଯେଉଁଭଳି ପ୍ରଦର୍ଶନ କରୁଥିଲେ ତାହା ଦେଖି ସମସ୍ତେ ଆଶା କରିଥିଲେ ଯେ ଭାରତ 193 ରନର ଟାର୍ଗେଟକୁ ବହୁତ ସହଜରେ ହାସଲ କରିବ। ହେଲେ ସବୁ କିଛି ଓଲଟା ହୋଇଥିଲା । ଯଶସ୍ୱୀ ଜୟସ୍ୱାଲ ହୁଅନ୍ତୁ କିମ୍ବା ଶୁଭମାନ ଗିଲ କିମ୍ବା କରୁଣ ନାୟାର, କେହି କ୍ରିଜରେ ରହି ବ୍ୟାଟିଂ କରିବାକୁ ଚେଷ୍ଟା କରିନଥିଲେ।

ଟପ ଅର୍ଡର କେଏଲ ରାହୁଲ ଏବଂ ଲୋୟର ଅର୍ଡରରେ ରବିନ୍ଦ୍ର ଜାଡେଜା ଦଳକୁ କିଛି ମାତ୍ରାରେ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କୁ ଅନ୍ୟ କୌଣସି ବ୍ୟାଟସମ୍ୟାନଙ୍କ ସମର୍ଥନ ମିଳିନଥିଲା। ଶେଷରେ, ସମଗ୍ର ଭାରତୀୟ ଦଳ 170 ରନରେ ହିଁ ଅଲଆଉଟ ହୋଇଯାଇଥିଲା ।

ଇଂଲଣ୍ଡ ପାଇଁ ଆର୍ଚର ଦ୍ୱିତୀୟ ଇନିଂସରେ ସର୍ବାଧିକ 4 ୱିକେଟ ନେଇଥିଲେ । ତାଙ୍କ ବ୍ୟତୀତ ବେନ୍ ଷ୍ଟୋକ୍ସ ଏବଂ ବ୍ରାଇଡନ୍ କାର୍ସେ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଏହି ଇନିଂସରେ ଜାଡେଜା ଭାରତର ବ୍ୟାଟିଂର ଏକମାତ୍ର ହିରୋ ଥିଲେ, ସେ 181 ବଲ୍ ରେ 61 ରନ କରିବା ପରେ ଅପରାଜିତ ରହିଥିଲେ ।