fbpx

IND vs NZ 3nd T20I: ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମରେ ଦେଖିବାକୁ ମିଳିବ ଦମଦାର ମୁକାବିଲା

ନୂଆଦିଲ୍ଲୀ: ଆଜି ଅହମଦାବାଦର ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଫାଇନାଲ ଟି ୨୦ ମ୍ୟାଚ ଅନୁଷ୍ଠିତ ହେବ । ଫଳରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ତେବେ ପୂର୍ବରୁ ହୋଇଥିବା ୨ ଟି ମ୍ୟାଚରେ ଭାତର ବାଜିମାତ କରିଥିବା ବେଳେ ଆଜିର ଏହି ମ୍ୟାଚରେ ଭଲ ପଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ ଏନଇ ପିଚ ମଧ୍ୟ ପ୍ରସ୍ତୁତ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ ୧-୧ ବରାବର ସ୍ଥିତିରେ ଥିବାରୁ ଉଭୟ ଦଳ ସିରିଜ ବିଜୟୀ ହେବାକୁ ପ୍ରୟାସ କରିବେ । ତେବେ ପ୍ରଥମ ମ୍ୟାଚ୍‌‌ରେ ନ୍ୟୁଜିଲାଣ୍ଡ ୨୧ ରନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୬ ୱିକେଟ ହରାଇ ବିଜୟୀ ହୋଇଥିଲେ । ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ରେ ବ୍ୟାଟ୍ସମ୍ୟାନ୍ ପୃଥୀ ଶ ଖେଳିବାର ସମ୍ଭାବନା ରହିଛି । ତେବେ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଶୁବମନ ଗିଲ, ଇଶାନ କିସାନ ଓ ରାହୁଲ ତ୍ରିପାଠୀ ଟପ୍‌‌ ଅର୍ଡରରେ ଫେଲ୍‌‌ ମାରିଛନ୍ତି। ତେଣୁ ପୃଥ୍ୱୀଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବାଂଲାଦେଶରେ ଦ୍ୱିଶତକ ହାସଲ କରିବା ପରେ ଇଶାନ ବ୍ୟାଟିଂରେ ଲକ୍ଷ ପାଇବାକୁ ସଂଘର୍ଷ କରୁଛନ୍ତି।

ଅନ୍ୟପକ୍ଷେ ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟା ଲକ୍ଷ୍ନୌର ଖରାପ୍‌‌ ପିଚ୍‌‌ରେ ଲଢେଇ କରି ଭାରତକୁ ଜିତାଇବାରେ ସକ୍ଷମ ହୋଇଥିଲେ। ଏହି ଦୁଇ ରିଷ୍ଟସ୍ପିନର ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଏକାଠି ଖେଳିବା ଦ୍ୱାରା ନ୍ୟୁଜିଲାଣ୍ଡ ଉପରେ ଚାପ ସୃଷ୍ଟି ହୋଇଛି। ଦ୍ୱିତୀୟ ମ୍ୟାଚ୍‌‌ରେ ସବୁ ଭାରତୀୟ ବୋଲର ଦମ୍‌‌ଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୧୦୦ ରନରେ ସୀମିତ ରଖିବାରେ ସଫଳ ହୋଇଥିଲେ। ତେବେ ଅହମଦାବାଦର ନରେନ୍ଦ୍ରମୋଦି କ୍ରିକେଟ୍ ଷ୍ଟାଡିୟମ ପିଚ୍‌‌ରେ ଏକ ହାଇସ୍କୋରିଂ ମ୍ୟାଚ୍‌‌ ଦେଖିବାକୁ ମିଳିବ । କାରଣ ଏଠାରେ ଖେଳାଯାଇଥିବା ଗତ କେତୋଟି ମ୍ୟାଚ୍‌‌ରେ ବହୁ ସଂଖ୍ୟକ ଚୌକା, ଛକା ଦେଖିବାକୁ ମିଳିଥିଲା ଏଠାରେ ଅନୁଷ୍ଠିତ ହୋଇଥିବା ଗତ ୫ଟି ମ୍ୟାଚରୁ ୩ଟି ମ୍ୟାଚରେ ଉଭୟ ଇନିଂସରେ ୧୬୦ରୁ ଊର୍ଦ୍ଧ୍ବ ରନ ସଂଗୃହୀତ ହୋଇଥିଲା। ଏପରି ଗୋଟିଏ ଇନିଂସରେ ସ୍କୋର ୨୨୪/୨ ମଧ୍ୟ ରହିଥିଲା । ତେବେ ଆଜି ଖେଳାଯିବାକୁ ଥିବା ତୃତୀୟ ଟି ୨୦ ମ୍ୟାଚରେ ଦୁଇ ଦଳରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ । କେବଳ ଚହଲଙ୍କ ସ୍ଥାନରେ ପେସ ସେନ୍‌‌ସେସନ ଉମ୍ରାନ ମଲିକ ଖେଳିବାର ସମ୍ଭାବନା ରହିଛି।

ଭାରତୀୟ ଦଳ: ଆଜିର ମ୍ୟାଚରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ୟ୍ୟକୁମାର ଯାଦବ (ଉପ- ଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ପୃଥ୍ୱୀ ଶ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର ଖେଳିବେ ।

ନ୍ୟୁଜିଲାଣ୍ଡ ଦଳ: ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର (ଅଧିନାୟକ), ଫିନ୍‌‌ ଆଲେନ, ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭନ କନୱେ, ଡେନ କ୍ଲେଭର, ଜ୍ୟାକବ ଡଫି, ଲକି ଫର୍ଗୁସନ, ବେଞ୍ଜାମିନ ଲିଷ୍ଟର, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାଇକେଲ ରିପ୍ପନ, ହେନରି ସିପ୍ଲେ, ଇଶ ସୋଧୀ ଓ ବ୍ଲେୟର ଟିକନର ଅଛନ୍ତି । ତେବେ ଏହି ଲିଷ୍ଟକୁ ଦେଖିବା ପରେ ଜମା ପଡୁଛି ଯେ ଆଜିର ମ୍ୟାଚ ଅତି ରୋମାଞ୍ଚକର ଏବଂ ଦମଦାର ରହିବ ।

Get real time updates directly on you device, subscribe now.