fbpx

ସାତଟି ପ୍ରସଙ୍ଗକୁ ଅଗ୍ରାଧିକାର:ଆଦିବାସୀଙ୍କ ପାଇଁ ଖୋଲିବ ନୂତନ ସ୍କୁଲ, ଦିଆଯିବ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ:ଚଳିତ ବଜେଟରେ ୭ଟି ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି । ସାମଗ୍ରିକ ବୃଦ୍ଧି, ଚାଷୀସମସ୍ୟା ଦୂର,ଜମ୍ମକଶ୍ମୀର, ଲଦାଖ କୁ ବିଶେଷ ଗୁରୁତ୍ୱ ,ଭିତ୍ତିଭୂମି ବିକାଶ, ଯୁବଶକ୍ତି, ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ, ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ଏବଂ ଦକ୍ଷତା ବିକାଶ ଉପରେ ପର୍ଯ୍ୟାବେଶିତ ।

କୃଷି: ଚଳିତ ବଜେଟରେ ଚାଷୀର ମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ । ଏହା ସହିତ କୃଷି ପାଇଁ ମଧ୍ୟ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ପନିପରିବା ଚାଷ ପାଇଁ ୨୨ଶହ କୋଟି ଟଙ୍କା । ଏବଂ ଚାଷୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା ପାଇଁ ବଜେଟରେ ସ୍ଥାନ ଦିଆଯାଇଛି ।କୃଷି ପାଇଁ ଡିଜିଟାଲ ଭିତ୍ତିଭୂମି କୁ ବିକାଶ କରାଯିବ ।

ଶିକ୍ଷା:ଶିକ୍ଷା କ୍ଷେତ୍ରକୁ ଦେଖିଲେ ପଞ୍ଚାୟତ,ୱାର୍ଡ ସ୍ତରେ ଲାଇବ୍ରେରୀ ଖୋଲାଯିବା ନେଇ ସୂଚନା ।ଜାତୀୟ ଡିଜିଟାଲ ଲାଇବ୍ରେରୀ ଖୋଲାଯିବ । ଯାହା ଦ୍ୱାରା ପିଲାମାନଙ୍କ ମଦ୍ୟରେ ପାଠ ପଢ଼ାର ଇଚ୍ଛା ଆଉ ଉତ୍ସାହ ବଢ଼ିବ । ଏକଲବ୍ୟସ୍କୁଲ ପାଇଁ ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ ।ଆଦିବାସୀଙ୍କ ପାଇଁ ନୂଆ ସ୍ମୁଲ
ଖୋଲାଯିବ । ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ କାର୍ଯ୍ୟ କରାଯିବ । ସାରା ଦେଶରେ ଖୋଲା ଯିବ ୧୫୭ ଟି ନର୍ସିଂ କଲେଜ । ଏହା ସହିତ ସାରା ଦେଶରେ ଆଇସିଏମଆର ଲ୍ୟାବ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବା ନେଇ ସୂଚନା ଦିଆଯାଇଛି ।

ରେଲେଓ:ରେଲୱେ ପାଇଁ ୨.୪ ଲକ୍ଷ କୋଟିର ବଜେଟ କରାଯାଇଛି । ଯେଉଁଥିରେ ନୂଆ ଯୋଜନା ପାଇଁ ୭୫ ହଜାରକୋଟି ର ସ୍ଥାନ ଦିଆଯାଇଛି । ରେଲୱେ ସହିତ ଘରୋଇ ସହଭାଗିତା ରହିବ ।

ଏହା ସହିତ କେୱାଇସି ମଧ୍ୟ ସରଳକୃତ ହେବ । ପ୍ୟାନ କାର୍ଡ ଡିଜିଟାଲ ସିଷ୍ଟମ ପାଇଁ ଏକକପରିଚୟ ପତ୍ର ହେବ । ସୁରକ୍ଷା ପାଇଁ ଡିଜିଟାଲ ଲକର ବ୍ୟବହାର ବୃଦ୍ଧି କରାଯିବ ।

 

Get real time updates directly on you device, subscribe now.