fbpx

Budget-2023:ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ । ସରକାର ନେଇଥିବା ପଦକ୍ଷେପ ଉପରେ ନିଜର ଆଲୋଚନା ଉପସ୍ଥାପନ କରୁଛନ୍ତି ମନ୍ତ୍ରୀ । କୋଭିଡ ଟିକାକରଣରୁ ଆରମ୍ଭ କରି ସବକା ସାଥ, ସବକା ବିକାଶରେ କାର୍ଯ୍ୟ କରାଯାଇଛି । କରୋନା ମହାମାରୀ ପରେ ବିଶ୍ୱ ଅର୍ଥନୀତି ମନ୍ଥର ହୋଇଥିବା ବେଳେ ମଧ୍ୟ ଦେଶର ଅର୍ଥନୀତିକୁ କିପରି ଆଗକୁ ନିଆଯାଇ ପାରିବ ଏହା ଉପରେ କାର୍ଯ୍ୟ ହୋଇଛି ।

୧୨୦ କୋଟି ଲୋକଙ୍କୁ ୨୨୦ କୋଟି କୋଭିଡ ଟିକା ଦିଆଯାଇଛି । ଏହା ସହିତ ସାରା ଦେଶରେ ଉଜ୍ୱଳା ଯୋଜନାରେ ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି । ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି । ଏହା ସହିତ ପ୍ରତି ବ୍ୟକ୍ତିଙ୍କ ଆୟ ଦ୍ୱିଗୁଣିତ ହୋଇଛି । ମୁଣ୍ଡ ପିଛା ଆୟ ୧.୯୭ ଲକ୍ଷରେ ପହଞ୍ଚିଛି । ଭାରତ ଏବେ ଜି-୨୦ର ଅଧ୍ୟକ୍ଷତା କରୁଛି ଯାହା ସମସ୍ତଙ୍କ ପାଇଁ ବଡ ଗର୍ବ ଆଉ ଗୌରବର ବିଷୟ । ବିଶ୍ୱ ମାନ୍ଦାବସ୍ଥା ପରେ ମଧ୍ୟ ବିକାଶ ହାର ୭ ପ୍ରତିଶତ ବୃଦ୍ଧି ପାଇଛି ।

ପିଏମ ସୁରକ୍ଷା ଯୋଜନା ଦ୍ୱାରା ୪୪ କୋଟି ଲାଭ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ରାସନ ଦିଆଯାଉଛି । ସାରା ଦେଶରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି । କୃଷକଙ୍କ ଠାରୁ ଆରମ୍ଭ କରି ମହିଳା, ଏସି, ଏସଟ ଓବିସି,ଦିବ୍ୟାଙ୍ଗଙ୍କ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ତେବେ ଆସନ୍ତା ବଜେଟ ମଧ୍ୟ ଏହି ସବୁ ବର୍ଗଙ୍କ ହିତକୁ ଆଗରରେ ରଖି କରାଯାଇଛି । ଯାହା ଦ୍ୱାରା ସବୁ ବର୍ଗ ଲୋକ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.