ଭାରତୀୟ ଦଳର ଦମଦାର ଆରମ୍ଭ, ରୋହିତ ପୂରା କଲେ ଅର୍ଦ୍ଧଶତକ
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯାଉଛି।
ନୂଆଦିଲ୍ଲୀ: ଫାଇନାଲ ମ୍ୟାଚରେ ରୋହିତ ଶର୍ମା ଶାନଦାର ବ୍ୟାଟିଂ କରୁଛନ୍ତି। ସେ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ପାଞ୍ଚଟି ଚାରି ଏବଂ ତିନୋଟି ଛକା ମାରିସାରିଛନ୍ତି।
ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୨୫୨ ରନର ଟାର୍ଗେଟ ଦେଇଛି। ବିନା ୱିକେଟ ହରାଇ ଟିମ ଇଣ୍ଡିଆ ବର୍ତ୍ତମାନ ୯୯ ରନ କରିସାରିଛି।