fbpx

ଆଜିଠୁ ଭାରତ -ନ୍ୟୁଜଲାଣ୍ଡ ଦିନିକିଆ ସିରିଜ; ଜାଣନ୍ତୁ କେତେହେଳେ ଏବଂ କେଉଁଠି ହେବ ଏହି ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୱାନଡେ ସିରିଜ୍ ଆଜି ଅନୁଷ୍ଠିତ ହୋଉଛି । ଏହା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହା ଆରମ୍ଭ ହେବାକୁ ଯାଉଛି । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ନିଜର ପଦର୍ଶନ ଦେଖାଇବ ଟିମ୍ ଇଣ୍ଡିଆ । ଯାହାକୁ ନ ଭାରତୀୟ ଦଳ ତାର ସମସ୍ତ ପ୍ରସ୍ତୁତି ଶେଷ କରିଛି । ତେବେ ଏହା ପୂର୍ବରୁ ହୋଇଥିବା ଦିନିକିଆ ମ୍ୟାଚରେ ଭାରତ – ଶ୍ରୀଲଙ୍କାକୁ ହରାଇବାପରେ ଆଜି ଏହି ସିରିଜରେ ପ୍ରବେଶ କରୁଛି । ସବୁପରେ ମଧ୍ୟ ହିଟମ୍ୟାନଙ୍କ ଦଳ କିଭିସ୍ଙଙ୍କୁ ହାଲୁକା ଭାବେ ନେବାର ଭୁଲ କରିବ ନାହିଁ । ତେବେ ଏହି ଦିନିକିଆ ମ୍ୟାଚ୍ ଅତି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଦିନିକିଆ ମ୍ୟାଚ୍ ଆଜି ଦିନ ୧.୩୦ରେ ଅନୁଷ୍ଠିତ ହେବ । ତେବେଆହତ କାରଣରୁ ଶ୍ରେୟସ୍ ଆୟରଙ୍କୁ ସମଗ୍ର ୱାନଡେ ସିରିଜରୁ ବାଦ୍ ଦିଆଯାଇଛି। ଏନେଇ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମା ଏ ବିଷୟରେ ସୂଚନା ଦେଇଥିଲେ । ତେବେ ଶ୍ରେୟସ୍ ସ୍ଥାନରେ ଭାରତୀୟ ଦଳ ପରିଚାଳନା ଦ୍ୱାରା ଇଶାନ କିଶନଙ୍କୁ ଏକ ସୁଯୋଗ ଦିଆଯିବ। ହାଇଦ୍ରାବାଦ ଦିନିକିଆ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦଳ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ସ୍ପିନର ଇଶ ସୋଡି ମଧ୍ୟ ପ୍ରଥମ ଦିନିକିଆରୁ ବାଦ ପଡିଛନ୍ତି।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୱାନଡେ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୮ ତାରିଖ ଅର୍ଥାତ୍ ଆଜି ଅନୁଷ୍ଠିତ ହେବ । ଏହା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିନ ୧.୩୦ରେ ଖେଳାଯିବ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୱାନଡେ ସିରିଜର ପ୍ରଥମ ମ୍ୟାଚ୍ ଡିଡି ସ୍ପୋର୍ଟସ୍ ଫ୍ରି ଟୁ ଏୟାର ଚ୍ୟାନେଲରେ ମାଗଣାରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ମଧ୍ୟ ମ୍ୟାଚ ଉପଲବ୍ଧ ହେବ । ଏଥିସହିତ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୱାନଡେ ସିରିଜର ପ୍ରଥମ ମ୍ୟାଚ୍ ଡିଡି ସ୍ପୋର୍ଟସର ମୋବାଇଲ୍ ଆପରେ ଉପଲବ୍ଧ ହେବ । ଏହା ବ୍ୟତୀତ ମ୍ୟାଚ୍ ଡିଜନି ହଟ୍ ଷ୍ଟାରରେ ମଧ୍ୟ ଦେଖିପରିବେ ।

Get real time updates directly on you device, subscribe now.