CHARIDHAM

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ମାଟିରେ ଦିନିକିଆ ସିରିଜ ମୂଳପୋଛ କଲା ଭାରତ, ବର୍ଷ ଯୋଗୁ ଶୁଭମାନ ଗିଲ ଶତକରୁ ବଞ୍ଚିତ

ନୂଆଦିଲ୍ଲୀ: ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚକୁ ୧୧୯ ରନ୍ ରେ ଜିତି ଇତିହାସ ସୃଷ୍ଟି କରିଛି। ୧୯୮୩ ପରଠାରୁ ଭାରତ କାରିବିଆନ୍ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ଖେଳିବା ଆରମ୍ଭ କଲା, ସେବେଠାରୁ ଏହି ସିରିଜ୍ ପର୍ଯ୍ୟନ୍ତ କୌଣସି ଭାରତୀୟ ଦଳ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାଇପାରି ନଥିଲା। ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୯ ବର୍ଷ ପରେ ପ୍ରଥମ ଭାରତୀୟ ଦଳ ହୋଇପାରିଛି, ଯାହାକି ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜକୁ ୩-୦ ଗୋଲରେ ପରାସ୍ତ କରିଛି। ଗୁରୁବାର କୁଇନ୍ସ ପାର୍କ ଓଭାଲରେ ବର୍ଷା ପ୍ରଭାବିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଶୁଭମାନ ଗିଲଙ୍କ ୯୮ ରନ୍ ଙ୍କ ଇନିସ ଏବଂ ସ୍ପିନର ୟୁଜଭେନ୍ଦ୍ର ଚହଲ, ପେସର ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ ତିଷ୍ଠି ପାରି ନଥିଲା।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି କରି ଶିଖର ଧାୱନ ଏବଂ ଶୁଭମାନ ଗିଲଙ୍କ ଯୋଡି ପ୍ରଥମ ୱିକେଟ୍ ପାଇଁ ଏକ ଶତକୀୟ ଭାଗିଦାରୀ କରିହିଲେ। ଦୁଇ ଖେଳାଳି ଏକାଠି ୧୧୩ ରନ୍ ଯୋଡିଥିଲେ। ପ୍ରଥମ ଉଇକେଟରେ ଧାୱନ ୫୮ ରନ୍ କରି ଆଉଟ ହୋଇଥିଲେ। ବର୍ଷା ହେତୁ ମ୍ୟାଚ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା। ବର୍ଷା ବନ୍ଦ ହେବା ପରେ ଭାରତ ଶ୍ରେୟାସ ଆୟର (୪୪) ଏବଂ ସୂର୍ଯ୍ୟକୁମାର ଯାଦବ (୮) ରୂପରେ ଅନ୍ୟ ଦୁଇଟି ଉଇକେଟ ହରାଇଲା। ଯେତେବେଳେ ଦ୍ୱିତୀୟ ଥର ପାଇଁ ବର୍ଷା ବନ୍ଦ ହେଲା, ଗିଲ୍ ୯୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ବର୍ଷା କାରଣରୁ ଏତିକିରେ ଭାରତର ଇନିସ ଶେଷ ହୋଇଥିଲା। ଡକୱର୍ଥ-ଲୁଇସ୍-ଷ୍ଟର୍ନ କିମ୍ବା DLS ପଦ୍ଧତି ଅନୁସାରେ ୱେଷ୍ଟଇଣ୍ଡିଜ ପାଇଁ ୨୫୭ ରନ୍ ବିଜୟ ଲକ୍ଷ ଧାର୍ଯ୍ୟ କରାଯାଇଥିଲା।

ଟାର୍ଗେଟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ ଦଳକୁ ମହମ୍ମଦ ସିରାଜ ଦ୍ୱିତୀୟ ଓଭରରେ ଦୁଇଟି ଝଟକା ଦେଇଥିଲେ। ବ୍ରାଣ୍ଡେନ୍ କିଙ୍ଗ ଏବଂ ନିକ୍ଲୋସ୍ ପୁରାନ୍ ପ୍ରତ୍ୟେକ ୪୨ ରନ୍ ସଂଗ୍ରହ କରିଥିବାବେଳେ ଶାୟ ହୋପ୍ ୨୨ ରନ୍ ସଂଗ୍ରହ କରିଥିଲେ। ଏହି ତିନୋଟି ବ୍ୟତୀତ ୱିଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ୧୦ ରନ୍ ଅତିକ୍ରମ କରିପାରିନଥିଲେ। ଚହଲଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ।