fbpx

ଆସୁଛି ସ୍ୱାଧୀନତା ଦିବସ, ଦେଶର ଏହି ସ୍ଥାନରେ ଅଛି ସବୁଠୁ ଉଚ୍ଚ ତ୍ରିରଙ୍ଗା, ଜାଣନ୍ତୁ କେତେ ଉଚ୍ଚରେ ଉଡୁଛି ଭାରତର ଆନ ବାନ ଶାନ….

ଓଡିଶା ଭାସ୍କର: ଭାରତୀୟ ଧ୍ୱଜ ମାନେ ତ୍ର୍ରିରଙ୍ଗା ହେଉଛି ଭାରତ ଗର୍ବ ଓ ଗୌରବ । ଭାରତୀୟ ସମ୍ବିଧାନ ଦ୍ୱାରା ୨୨ ଜୁଲାଇ ୧୯୪୭ ମସିହାରେ ତ୍ରିରଙ୍ଗାର ପ୍ରାରୂପକୁ ଆପଣା ଯାଇଥିଲା । ତ୍ରିରଙ୍ଗାର ଅନୁପାତ ପ୍ରାୟ ଲମ୍ବା-ଚଉଡା ଅନୁସାରେ ୩:୨ ହୋଇଥାଏ । ତେବେ ଆପଣ ଜାଣନ୍ତି ଭାରତର କେଉଁ ରାଜ୍ୟରେ ସବୁଠୁ ଉଚ୍ଚରେ ଭାରତୀୟ ପତାକା ଉଡେ !

କହିରଖୁ, ପଞ୍ଜାବର ଅଟାରୀ ସୀମାରେ ସବୁଠୁ ଉଚ୍ଚରେ ତ୍ରିରଙ୍ଗା ଉଡିଥାଏ । ଗର୍ବ ଓ ଗୌରବର ଏହି ତ୍ରିରଙ୍ଗା ସେଠାରେ ପ୍ରାୟ ୪୧୮ ଫୁଟ ଉଚ୍ଚରେ ଉଡିଥାଏ । ଭାରତର ସବୁଠୁ ଉଚ୍ଚ ସ୍ଥାନରେ ଉଡୁଥିବାରୁ ପାକିସ୍ତାନକୁ ମଧ୍ୟ ଏହା ଦେଖାଯାଏ । ଫଳରେ ଏହି ତ୍ରିରଙ୍ଗାକୁ ଦେଖି ଭାରତୀୟ ଶକ୍ତିକୁ ଭୟ କରେ ପାକିସ୍ତାନ । ଅଟାରୀ ସୀମାରେ ଭାରତର ତ୍ରିରଙ୍ଗା ପାକିସ୍ତାନର ରାଷ୍ଟ୍ରୀୟ ଧ୍ୱଜରୁ ବି ଅଧିକ ଉଚ୍ଚତାରେ ଉଡୁଛି । ଏହି ତ୍ରିରଙ୍ଗାର ଉଚ୍ଚତା ପାକିସ୍ତାନର ରାଷ୍ଟ୍ରୀୟ ଧ୍ୱଜରୁ ପ୍ରାୟ ୧୮ ଫୁଟ ଅଧିକ । ପ୍ରତିବର୍ଷ ଏଠାକୁ ଭାରତ – ପାକିସ୍ତାନ ମଧ୍ୟରେ ହେଉଥିବା କର୍ଯ୍ୟକ୍ରମକୁ ଦେଖିବା ପାଇଁ ଅନେକ ଲୋକ ଆସି ଥାଆନ୍ତି ।

ଏହାବାଦ କର୍ଣ୍ଣାଟକରେ ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ଉଡୁଛି । ଯାହାର ଉଚ୍ଚତା ପ୍ରାୟ ୧୧୦ ମିଟର ବା ୩୬୧ ଫୁଟ ଅଟେ । ତାହାସହ ଗୁୱାହାଟିର କୋହ୍ଲାପୁରରେ ଦେଶର ତୃତୀୟ ସର୍ବାଧିକ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା ଦେଶର ବୀର ଯବାନଙ୍କ ବଳିଦାନ କଥା ବଖାଣିଥାଏ । ଏହାର ଉଚ୍ଚତା ପ୍ରାୟ ୩୩୦ ଫୁଟ । ଏତେ ଉଚ୍ଚତା ହୋଇଥିବାର ଭାରତର ଆନ ବାନ ଶାନ ଅନ୍ୟ ଦେଶକୁ ମଧ୍ୟ ଦେଖାଯାଏ ।

Get real time updates directly on you device, subscribe now.