fbpx

Independence Day ଅଫର ଆଣିଲା Jio: ରିଚାର୍ଜ ପ୍ଲାନ ମହଙ୍ଗା ପରେ ଆସିଲା ଶାନଦାର ପ୍ଲାନ, ୧ ହଜାର ଟଙ୍କାର ଉପହାର ପାଇବେ ଗ୍ରାହକ!

ନୂଆଦିଲ୍ଲୀ: ଚଳିତ ମାସରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଦାମ୍ ଦେବାକୁ ପଡ଼ୁଛି । ତେବେ ଏହା ମଧ୍ୟରେ ଜିଓ ୟୁଜର୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରିଚାର୍ଜ ପ୍ଲାନ ବୃଦ୍ଧି କରିବା ପରେ କମ୍ପାନୀ ଏକ ଶାନଦାର ଅଫର ଲଞ୍ଚ କରିଛି । ଏହି ଅଫର ଜରିଆରେ ଗ୍ରାହକମାନେ ୧ ହଜାର ଟଙ୍କାର ଉପହାର ପାଇବେ । ଗ୍ରାହକମାନେ ଏହି ପରିମାଣର ଅର୍ଥକୁ ସଞ୍ଚୟ କରିପାରିବେ ।

ଜିଇ ତା’ର ୟୁଜର୍ସଙ୍କୁ ଅନେକ ପ୍ରକାରର ଅଫର ପ୍ରଦାନ କରିଥାଏ । ତେବେ ନିକଟରେ କମ୍ପାନୀ ରିଚାର୍ଜ ପ୍ଲାନ ଦର ବଢ଼ାଇବା ପରେ ଏବେ ଗ୍ରାହକଙ୍କ ପାଇଁ ଏକ ଭଲ ଅଫର ଘୋଷଣା କରିଛି । ଏହି ଅଫର ଦ୍ୱାରା ଗ୍ରାହକମାନେ ୧ ହଜାର ଟଙ୍କାର ଫାଇଦା ପାଇପାରିବେ । ଅଗଷ୍ଟ ୧୫ରେ ଦେଶ ୭୮ତମ ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏଭଳି କ୍ଷେତ୍ରରେ ଟେଲିକମ୍ କମ୍ପାନୀ ଏକ ଖାସ୍ ଅଫର ଆଣିଛି । ଯଦି ଆପଣମାନେ ଜିଓର ନୂଆ ଏୟାରଫାଇବର ସଂଯୋଗ ଲଗାଇବେ ତେବେ ଆପଣଙ୍କୁ ୧ ହଜାର ଟଙ୍କାର ଅତିରିକ୍ତ ଇନଷ୍ଟଲେସନ ଚାର୍ଜ ଦେବାକୁ ପଡ଼ିଥାଏ । ମାତ୍ର ସ୍ୱତନ୍ତ୍ର ଦିବସ ଅଫର ଅବସରରେ କମ୍ପାନୀ ନୂଆ ୟୁଜର୍ସଙ୍କୁ ଏୟରଫାଇବର ସଂଯୋଗ ଇନଷ୍ଟଲ ପାଇଁ ଏହି ଅର୍ଥ ଛାଡ଼ କରିି ।

ତେବେ ଏହି ଅଫର ପାଇଁ ଗ୍ରାହକଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିବ । ଏହି ଅଫରର ଫାଇଦା ଉଠାଇବାକୁ ହେଲେ ଏୟାରଫାଇବର କନେକ୍ସନ କିଣୁଥିବା ନୂଆ ଗ୍ରାହକଙ୍କୁ ଅତିକମରେ ୩ ମାସିଆ ପ୍ଲାନ କିଣିବାକୁ ପଡ଼ିବ । ଜିଓ ଏୟାରଫାଇବରର ସବୁଠାରୁ ଶସ୍ତା ପ୍ଲାନ ୫୯୯ ଟଙ୍କା ରହିଛି । ଆପଣ ଯଦି ଏହି ପ୍ଲାନକୁ ୩ ମାସିଆ ସବସ୍କ୍ରିପସନ ସହ ନେବେ ଆପଣଙ୍କୁ ୨୧୨୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଯଦି ଆପଣ ବିନା ସ୍ୱତନ୍ତ୍ରତା ଦିବସର ଅଫରରେ ଏହି ପ୍ଲାନକୁ ନେବେ ତେବେ ଏଥିପାଇଁ ଆପଣଙ୍କୁ ୩୧୦୦ ଟଙ୍କାରୁ ଅଧିକ ଅର୍ଥ ଗଣିବାକୁ ପଡ଼ିବ ।

Get real time updates directly on you device, subscribe now.