fbpx

ଯାତ୍ରୀମାନଙ୍କ ପାଇଁ ଖୁସି ଖବର, ଟିକା ନେଇଥିଲେ ୧୦ ପ୍ରତିଶତ ରିହାତି ଦେବ ଇଣ୍ଡିେଗା

ଗୁରୁଗ୍ରାମ୍‌: ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏଣିକି ଟ୍ରାଭେଲ ଫେୟାରରେ ୧୦ ପ୍ରତିଶତ ହ୍ରାସ କରିବ । ମାତ୍ର ଯେଉଁ ଯାତ୍ରୀମାନେ କରୋନା ଟିକାର ଡବଲ ଡୋଜ୍‌ ନେଇସାରିଥିବେ ସେମାନେ ଏହି ସୁବିଧା ପାଇପାରିବୋ ଯାତ୍ରୀମାନେ ବୁକିଂ ତାରିଖର ୧୫ ଦିନ ପୂର୍ବରୁ ଟିକା ନେଇଥିବା ଦରକାର । ଯେତେବେଳେ ଯାତ୍ରୀମାନେ ଇଣ୍ଡିଗୋ ୱେବସାଇଟରେ ଯାଇଁ ଟିକେଟ୍‌ ବୁକ୍‌ କରିବେ ସେତେବେଳେ ଏହି ଅଫରରେ ଆପ୍ଲାଏ କରିବାକୁ ପଡ଼ିବ ।

ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି । ଇଣ୍ଡିଗୋ ଆହୁରି ମଧ୍ୟ କହିଛି ଇଣ୍ଡିଗୋରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର କିମ୍ବା ଆରୋଗ୍ୟ ସେତୁ ମୋବାଇଲ୍‌ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌-୧୯ ଟିକାକରଣ ପ୍ରମାଣପତ୍ରକୁ ବିମାନବନ୍ଦରର ଚେକ୍‌ ଇନ୍‌ କାଉଣ୍ଟରରେ ଦେଖାଇବାକୁ ପଡିବ ।

Get real time updates directly on you device, subscribe now.