fbpx

ତାଲିବାନିଙ୍କ କବଜା ପରେ ଭାରତ-ଆଫଗାନିସ୍ତାନର ବ୍ୟାପାର ବୁଡ଼ିଲା; ଏହିସବୁ ଜିନିଷର ହୋଇପାରେ ଅଭାବ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରି ବସିଛନ୍ତି । ସେଠାକାର ପରିସ୍ଥିତି ଖୁବ୍ ଖରାପ ରହିଛି । ଏହାପରେ ଅନେକ ଦେଶ ଆଫଗାନିସ୍ତାନ ସହିତ ସମ୍ପର୍କ ତୁଟାଇ ଦେଇଛନ୍ତି । ତେବେ ଆଫଗାନିସ୍ତାନ ହେଉଛି ପ୍ରାକୃତିକ ସମ୍ପଦରେ ଭରପୁର ଥିବା ଏକ ଦେଶ । ତେଣୁ ଏହିଠାରୁ ଅନେକ ପ୍ରକୃତି ସହିତ ଜଡ଼ିତ ଜିନିଷ ବାହାର ଦେଶ ଗୁଡ଼ିକୁ ଏକ୍ସପୋର୍ଟ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ ଭାରତକୁ ମଧ୍ୟ ଅନେକ ଜିନିଷ ଆମଦାନୀ-ରପ୍ତାନୀ ହୋଇଥାଏ । ଗତ ଆର୍ଥିକ ବର୍ଷରେ ୫୦୯ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ସେଠାରୁ ଭାରତକୁ ଆସିଥିଲା। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବଂ ଆଫଗାନିସ୍ତାନ ସହ ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ ଯାହା ଆଫଗାନିସ୍ତାନରୁ ଆମଦାନୀ କରୁଥିଲା ।

ଆଫଗାନିସ୍ତାନର ପାରମ୍ପରିକ ରପ୍ତାନିରେ ବିଭିନ୍ନ ପ୍ରକାର ଫଳ, କାର୍ପେଟ, ମେଣ୍ଢା, ଉଲ୍ ସାମିଲ ରହିଛି । ଆମଦୀନି ହେଉଥିବା ଜିନିଷରେ ସାମିଲ ରହିଛି; ପେଟ୍ରୋଲ୍, ଚିନି, ପୋଷାକ, ବନସ୍ପତି ତେଲ, ଚା’ ଇତ୍ୟାଦି । ଆଫଗାନିସ୍ତାନର ମୁଖ୍ୟ ରପ୍ତାନିକାରୀମାନେ ହେଉଛନ୍ତି ପାକିସ୍ଥାନ, ଭାରତ, ଋଷ, ଇରାନ, ତୁର୍କୀ। ୪୮% ଅଂଶଧନ ସହ ପାକିସ୍ତାନ ପ୍ରଥମ ସ୍ଥାନରେ ଏବଂ ୧୯% ଅଂଶଧନ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ରପ୍ତାନି ଏହି ଦେଶର ଜିଡିପିରେ ୨୦ ପ୍ରତିଶତ ଯୋଗଦାନ ଦେଇଥାଏ ।

୨୦୨୦-୨୧ ରେ ଭାରତ ଏବଂ ଆଫଗାନିସ୍ତାନର ୧.୪ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥିଲା । ୨୦୧୯-୨୦ ରେ ଏହା ୧.୫୨ ବିଲିୟନ ଡ଼ଲାର ଥିଲା । ଆଫଗାନିସ୍ତାନ ସାଧାରଣତଃ କିସମିସ୍, ବାଦାମ, ଡିମିରି, ପାଇନ ନଟ୍, ପିସ୍ତା ଏବଂ ଶୁଖିଲା ଆପ୍ରିକେଟ୍ ରପ୍ତାନି କରିଥାଏ। କେବଳ ଏତିକି ନୁହେଁ, ଭାରତ ମଧ୍ୟ ସେଠାରୁ ଆପ୍ରିକେଟ୍, ଆପଲ୍, ଡାଳିମ୍ବ, ଚେରି, ତରଭୁଜ, ସାଫ୍ରନ୍, ଜିରା ଏବଂ ଅନେକ ଔଷଧୀ ଆମଦାନୀ କରିଥାଏ।

Get real time updates directly on you device, subscribe now.