fbpx

ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ, ବିଜୟ ସହ ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ଲାଉଡେରହିଲ(ଫ୍ଲୋରିଡା): ଭାରତ ୱେଷ୍ଟଇଣ୍ଡିଜ ଚଳିତ ଟି-୨୦ କ୍ରିକେଟ ସିରିଜର ଚତୁର୍ଥ ମ୍ୟାଚ ଶନିବାର ଦିନ ଏଠାରେ ଅନୁଷ୍ଠିତ ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ତିନି ମ୍ୟାଚ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇ ସାରିଛି। ଏଥିରେ ଭାରତ ୨-୧ରେ ଆଗୁଆ ରହିଛି। ତେଣୁ ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ସିରିଜ କବଜା କରିବ। ତେବେ ସିରିଜ ବିଜୟ ଅପେକ୍ଷା ସବୁ ମ୍ୟାଚରେ ଭାରତର ପ୍ରଦର୍ଶନ ଉପରେ ବିସିସିଆଇ ଚୟନକର୍ତ୍ତା ନଜର ରଖିଛନ୍ତି। କାରଣ ଏହି ସିରିଜ ସମାପ୍ତ ହେବା ପରେ ଚେତନ ଶର୍ମାଙ୍କ ନେତୃତ୍ୱରେ ପରିଚାଳିତ ଖେଳାଳି ଚୟନକିମଟି ଆଗାମୀ ଟି୨୦ ବିଶ୍ୱକପ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିବେ। ତେଣୁ ଏହି ସିରିଜର ଫଳାଫଳ ଓ ସମସ୍ତ ଖେଳାଳିଙ୍କର ପ୍ରଦର୍ଶନକୁ ବିଚାର କରି ଚୟନକମିଟି ବିଶ୍ୱକପ ଦଳ ଗଠନ ନେଇ ପ୍ରସ୍ତୁତି ଆରମ୍ଭ କରିବେ। ତେବେ ଆମେରିକାରେ ଏହି ସିରିଜର ଅବଶିଷ୍ଠ ଦୁଇ ମ୍ୟାଚ ଅନୁଷ୍ଠିତ ହେବା ପାଇଁ ଥିବାରୁ ଏଠାକାର ପ୍ରବାସୀ ଭାରତୀୟ ମାନେ ସୀମିତ ଓଭର ସିରିଜର ମଜା ଉଠାଇବା ଲକ୍ଷ୍ୟରେ ରହିଛନ୍ତି।

Get real time updates directly on you device, subscribe now.