fbpx

କାମ ଦେଉନି ଇଣ୍ଡିଆ ମେଣ୍ଟ; ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦି ପାର୍ଟି ଓ କଂଗ୍ରେସ ଭିତରେ ଲଢେଇ

ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଯେଉଁ ମେଣ୍ଟର ନାମ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ’ ବା ‘ଇଣ୍ଡିଆ’ ରଖାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା । ହେଲେ ରାଜ୍ୟ ନିର୍ବାଚନ ସମୟରେ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ଯଦି ମେଣ୍ଟରେ ରହି ଉଭୟ ଉଭୟଙ୍କ ଭିତରେ ଲଢେଇ କରିବେ ତେବେ ଏହାର ଫାଇଦା କେବଳ ବିଜେପିକୁ ହିଁ ଯିବ କାରଣ ଏଥିରେ ଦୁଇ ମତ ହେବାରେ ନାହିଁ ।

ସୂଚନା ଥାଉକି, ଇଣ୍ଡିଆ ମିଳିତ ମଞ୍ଚର ସମାଜବାଦି ପାର୍ଟି ସହ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କଂଗ୍ରେସର ଅସନ୍ତୋଷ ରହିଛି। ଯାହାକୁ ନେଇ ଏସପି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ କ୍ରମାଗତ ଟାର୍ଗେଟ କରୁଛନ୍ତି। ସେହିପରି ଏସପିକୁ ମଧ୍ୟ କଂଗ୍ରେସ ଲଗାତାର ପାଲଟା ଟାର୍ଗେଟ କରିବାରେ ଲାଗିଛି । ତେବେ ଏଭଳି ପରିସ୍ଥିତିରେ ଏସପି ଓ କଂଗ୍ରେସ ମଧ୍ୟରେ ଲଢେଇ ଜାରି ରହିଲେ ନିର୍ବାଚନରେ ତୃତୀୟ ଦଳ ଅର୍ଥାତ ବିଜେପି ଏହାର ଫାଇଦା ଉଠାଇନେବ । ରାଜ୍ୟ ନିର୍ବାଚନ କ୍ଷେତ୍ରରେ ଆସନ ବଣ୍ଟନକୁ ନେଇ ଏସପି ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଥିବା କୁହାଯାଉଛି । ଯାହାକୁ ନେଇ ସମାଜବାଦି ସଦସ୍ୟଙ୍କୁ ଅଣଦେଖା କରିବା ଏବଂ ପରେ କମଲ ନାଥ ଅଖିଳେଶଙ୍କୁ ଚିହ୍ନି ନ ଥିବା ମନ୍ତବ୍ୟ ପ୍ରଦାନ କରିଥିଲେ ଏସପି ମୁଖ୍ୟ ଅଖିଳେଶ ଯାଦବ । ଏହା ପରେ ଅଖିଳେଶ ଯାଦବ କମଲ ନାଥଙ୍କ ବୟସ ଉପରେ କଟାକ୍ଷ କରି କଂଗ୍ରେସ ପ୍ରତାରଣା କରିଥିବା ଅଭିଯୋଗ ମଧ୍ୟ କରିଥିଲେ।

ତେବେ ଅଖିଳେଶଙ୍କ ଏହି ମନ୍ତବ୍ୟ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ମନକ ଅଗ୍ରୱାଲ । ସେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି, ଅଖିଳେଶ ସୀମା ଅତିକ୍ରମ କରିବା ଉଚିତ ନୁହେଁ। ଲକ୍ଷ୍ମଣ ରେଖା ଅତିକ୍ରମ ନ କରିବା ତାଙ୍କ ପାଇଁ ଭଲ ହେବ। କମଲ ନାଥ ତାଙ୍କଠାରୁ ବହୁତ ବୟସ୍କ । କର୍ମୀଙ୍କ ଇଚ୍ଛା ଅନୁଯାୟୀ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି। ମଧ୍ୟପ୍ରଦେଶରେ ଅଖିଳେଶଙ୍କର କୌଣସି ଆଧାର ନାହିଁ। ଅଖିଳେଶ ଯାଦବ ବୟସ୍କମାନଙ୍କୁ ସମ୍ମାନ କରିବା ଶିଖିବା ଜରୁରୀ।

ସୂଚନା ଯୋଗ୍ୟ, ଟିକମଗଡରେ ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ସାଧାରଣ ସଭାରେ କଂଗ୍ରେସ ବିରୋଧରେ ବହୁ ଅଭିଯୋଗ ଆଣିଥିଲେ। ଅଖିଳେଶ ଯାଦବ କମଲ ନାଥଙ୍କ ବୟସକୁ କଟାକ୍ଷ କରି କହିଥିଲେ ଯେଉଁମାନେ ୮୦ ବର୍ଷ ବୟସ୍କ ସେମାନେ ଆମକୁ କିପରି ଚିହ୍ନିବେ? ଅଖିଳେଶ ଏହା ଆମର ଭୁଲ ଯେ ଆମେ ୮୦ ବର୍ଷ ବୟସ୍କଙ୍କ ଭାବମୂର୍ତ୍ତି ଉପରେ ବିଶ୍ୱାସ କରିଥିଲୁ।

 

Get real time updates directly on you device, subscribe now.