fbpx

(Video) ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ମ୍ୟାଚ: ହାତାହାତି ହୋଇଗଲେ ଉଭୟ ଦେଶର ଖେଳାଳି

ବାଙ୍ଗାଲୋର: ସେଫ ଚମ୍ପିଆନସିପରେ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳ ମଇଦାନରେ କେବଳ ଖେଳ ବେଳେ ମୁହାଁମୁହିଁ ହୋଇ ନାହାନ୍ତି, ବରଂ ଉଭୟ ଦଳର ଖେଳାଳି ଏହି ଲାଇଭ ମ୍ୟାଚରେ ହାତାହାତି ହୋଇଥିବା ମଧ୍ୟ ଦେଖା ଯାଇଛି । ତେବେ କିଛି ସମୟ ଏହି ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଏହା ଶାନ୍ତ ପଡିଥିଲା । କିନ୍ତୁ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ମଇଦାନରେ ହୋଇଥିବା ଏହି ଲଢେଇ ପ୍ରଥମେ ଦଳର କୋଚଙ୍କ ନିକଯରୁ ଆରମ୍ଭ ହୋଇଛି । ମ୍ୟାଚର ୪୫ତମ ମିନିଟରେ ଭାରତୀୟ କୋଚ ଏବଂ ପାକିସ୍ତାନୀ ଖେଳାଳିଙ୍କ ସହ ତର୍କ ଆରମ୍ଭ ହୋଇଥିଲା । ପାକିସ୍ତାନର ଜଣେ ଖେଳାଳି ବଲ୍ ଫିଙ୍ଗିବା ସମୟରେ ଭାରତୀୟ କୋଚ ଇଗୋର ଷ୍ଟିମିକ ତାଙ୍କଠାରୁ ବଲ୍ ଛଡାଇ ନେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାପରେ ଧିରେ ଧିରେ ଉଭୟ ଦଳର ଖେଳାଳି ମଧ୍ୟ ଏହି ଗଣ୍ଡଗୋଳରେ ସାମିଲ ହୋଇଯାଇଥିବା ଦେଖିବାକୁ ମିଳିଛି । ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ଘଟଣା ପରେ ଭାରତୀୟ କୋଚ ଇଗୋର ଷ୍ଟିମିକ ଏବଂ ଟିମ ମ୍ୟାନେଜରଙ୍କୁ ମ୍ୟାଚ ରେଫରୀ ରେଡ କାର୍ଡ ଦେଖାଇଥିଲେ । ,ହାବ୍ୟତୀତ ପାକିସ୍ତାନର କୋଚଙ୍କ ୟେଲୋ କାର୍ଡ ଦେଖାଇଥିବା ବେଳେ ଭାରତର ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଏବଂ ପାକିସ୍ତାନର ମିଡ ଫିଲ୍ଡର ରାହିସ ନବୀଙ୍କୁ ମଧ୍ୟ ୟେଲୋ କାର୍ଡ ଦେଖାଇଛନ୍ତି ମ୍ୟାଚ ରେଫରୀ ।

ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମରୁ ହିଁ ପାକିସ୍ତାନ ଉପରେ ଭାରୀ ପଡିଥିଲା । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଏବଂ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହାଟ୍ରିକ ଗୋଲ ପାକିସ୍ତାନକୁ ପଛକୁ ଠେଲି ଦେଇଥିଲା । ପାକିସ୍ତାନର ଡିଫେଣ୍ଡର ବକ୍ସରେ ଭୁଲ କରିବାରୁ ଭାରତକୁ ପେନାଲ୍ଟି ମିଳିଥିଲା । ତେବେ ଏହି ମ୍ୟାଚକୁ ଜିତି ୩-୦ରେ ଆଗୁଆ ହୋଇଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.