fbpx

World Cup ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମହାଲଢେଇ: Feb 11ରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୧ ତାରିଖରେ ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଏହି ଫାଇନାଲ ଲଢେଇରେ କ୍ରିକେଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଦିନିକିଆ କ୍ରିକେଟର ବିଶ୍ୱକପ ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟରେ ଲଢେଇ କ୍ରିକେଟପ୍ରେମୀଙ୍କ ମନରେ ଆହୁରି ଉତ୍ସାହ ଭରି ଦେଇଛି । ତେବେ ଏହି ଅଣ୍ଡର-୧୯ ବିଶ୍ୱକପର ଫାଇନାଲ ମ୍ୟାଚ ଫେବୃଆରୀ ୧ ୧ ତାରିଖରେ ଖେଳାଯିବ । ଅଣ୍ଡର-୧୯ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ପାକିସ୍ତାନକୁ ୧ ୱିକେଟରେ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି ଅଷ୍ଟ୍ରେଲିଆ । ଫାଇନାଲ ମ୍ୟାଚରେ ପୂର୍ବର ଭାରତ ପହଞ୍ଚିଥିବା ବେଳେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିବ ।

ଆଜିର ଦ୍ୱିତୀୟ ସେମି ଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୯ ରନରେ ଅଲଆଉଟ ହୋଇଯାଇଥିଲା । ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଏକ ରୋମାଞ୍ଚକର ବିଜୟ ସହ ପାଇନାଲରେ ଏଣ୍ଟ୍ରି କରିଛି । ୫୯ ରନରେ ୪ ୱିକେଟ ହରାଇ ଦଳ ସଂଘର୍ଷ କରୁଥିବା ବେଳେ ଓପନର ହେରି ଡକ୍ସନ ଏବଂ ଓଲିଭର ପିକ୍ ବିଜୟ ଦିଗରେ ଆଗେଇଥିଲେ । ତେବେ ମାତ୍ର ୫୦ ରନ୍ କରି ଡିକ୍ସନ ଆଉଟ ହୋଇଥିବା ବେଳେ ଓଲିଭର ପିକ୍ ୪୯ ରନ୍ ସଂଗ୍ରହ କରି ବିଜୟର ଖୁବ ନିକଟତର କରାଇଥିଲେ । ଏହାପରେ ଟମ୍ କ୍ୟାମ୍ପବେଲ ଦଳ ପାଇଁ ୨୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ଷଷ୍ଠ ଥର ପାଇଁ ଫାଇନାଲରେ ପହଞ୍ଚାଇଛନ୍ତି ।

ପ୍ରଥମ ସେମି ଫାଇନାଲରେ ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଉନ୍ନୀତ ହୋଇଛି । ତେବେ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ଖେଳାଯାଇଥିବା ବେଳେ ଏଥିରେ ଅଷ୍ଟ୍ରେଲିଆ ଦଳ ଚମ୍ପିଆନ୍ ପାଲଟିଛି । ବର୍ତ୍ତମାନ ପୁଣିଥରେ ଜୁନିୟର(ଅଣ୍ଡର-୧୯) ବିଶ୍ୱକପରେ ମଧ୍ୟ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ଖେଳାଯିବ ।

Get real time updates directly on you device, subscribe now.