fbpx

ମୋବାଇଲ-ଇଣ୍ଟରନେଟ ସେବା କଟକଣା ଭିତରେ ପାକିସ୍ତାନରେ ଶେଷ ହେଲା ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ସରକାର ପାଇଁ ମତଦାନ ଶେଷ ହୋଇଛି । ନିର୍ବାଚନରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଇଥିଲା । ଆତଙ୍କବାଦ ସମ୍ପର୍କିତ ମାମଲାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ କହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନାସ୍ଥା ଭୋଟ ରେ ହଟାଇବାର ଦୁଇ ବର୍ଷ ପରେ ପାକିସ୍ତାନରେ ଏହି ନିର୍ବାଚନ ହୋଇଛି । ତିନି ଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅନେକ ବିଶେଷଜ୍ଞ ଏହାକୁ ପାକିସ୍ତାନରେ ଏପର୍ଯ୍ୟନ୍ତ ସର୍ବନିମ୍ନ ବିଶ୍ୱସନୀୟ ନିର୍ବାଚନ ବୋଲି କହୁଛନ୍ତି ।

ଗତବର୍ଷ ଇମ୍ରାନ୍ ଖାନ୍ ଏକ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ । ଜେଲରେ ଥିବା ଇମ୍ରାନ ଖାନଙ୍କୁ ନିର୍ବାଚନ ଲଢିବା ପାଇଁ ବାରଣ କରାଯାଇଥିଲା । ତାଙ୍କ ଦଳ ପିଟିଆଇ ଇଣ୍ଟରନେଟ୍ ବନ୍ଦକୁ ” ବୋଲି କହିଛି । ମତଦାନ ସରିବା ପରେ ସୁରକ୍ଷା ସ୍ଥିତି ସ୍ଥିର ରହିଥିବାରୁ କାର୍ଯ୍ୟନିର୍ବାହୀ ଗୃହମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ବିଚ୍ଛିନ୍ନାଞ୍ଚଳକୁ ବାଦ୍ ଦେଲେ ନିର୍ବାଚନ ନିୟନ୍ତ୍ରଣରେ ରହି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍ ଓ ମୋବାଇଲ୍ ସେବା କୁ ବନ୍ଦ କରିବା ନିଷ୍ପତ୍ତିକୁ ଦେଖିବାକୁ କେୟାରଟେକର ପ୍ରଧାନମନ୍ତ୍ରୀ ଅନୱରୁଲ ହକ୍ ନିବେଦନ କରିଥିଲେ ।

Get real time updates directly on you device, subscribe now.