fbpx

India Calendar for 2023: ଉନ୍ମୋଚନ ହେଲା ୨୦୨୩ ବର୍ଷ ପାଇଁ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର

ନୂଆଦିଲ୍ଲୀ :କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଦିନ ଭାରତ ସରକାରଙ୍କ ୨୦୨୩ ବର୍ଷ ପାଇଁ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଦୁଇ ବର୍ଷର ବ୍ୟବଧାନ ପରେ କ୍ୟାଲେଣ୍ଡର ଛପା ଯାଇଛି। ଏହି ଦୁଇ ବର୍ଷରେ ଏହି କ୍ୟାଲେଣ୍ଡରକୁ ଡିଜିଟାଲ୍ ଫର୍ମରେ ଅଣାଯାଇଥିଲା।

ଏଥିସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ ,ସବକା ବିକାଶ, ସବକା ବିଶ୍ୱାସର ଭାବନା ଦେଖିବାକୁ ମିଳିବ। ସେ କହିଛନ୍ତି ଯେ କ୍ୟାଲେଣ୍ଡରର ବାର ମାସରେ ଗତିଶୀଳ ଭାବେ ଅଗ୍ରତି କରୁଥିବା ଭାରତକୁ ଚିତ୍ରଣ କରୁଥିବା ୧୨ ଟି ଚିତ୍ର ଅଛି। ସେ କହିଛନ୍ତି କ୍ୟାଲେଣ୍ଡର ତାରିଖ ଏବଂ ଛୁଟିଦିନ ରହିଛି । ଏହା ବ୍ୟତୀତ ଏହା ଆମର ସଫଳତାକୁ ମଧ୍ୟ ପ୍ରତିଫଳିତ କରିବ।

ପ୍ରତ୍ୟେକ ମାସରେ ବିଭିନ୍ନ ଥିମ୍ ଆସନ୍ତୁ ଜାଣିବା :
ଜାନୁଆରୀ – କର୍ତ୍ତବ୍ୟର ପଥ
ଫେବୃଆରୀ- କୃଷକ କଲ୍ୟାଣ
ମାର୍ଚ୍ଚ – ମହିଳା ଶକ୍ତି
ଏପ୍ରିଲ୍ – ଶିକ୍ଷିତ ଭାରତ
ମେ- ସ୍କିଲ୍ ଇଣ୍ଡିଆ
ଜୁନ୍ – ଫିଟ୍ ଇଣ୍ଡିଆ
ଜୁଲାଇ – ମିଶନ ଲାଇଫ
ଅଗଷ୍ଟ – ଖେଲୋ ଇଣ୍ଡିଆ
ସେପ୍ଟେମ୍ବର -ବସୁ ଧୈବ କୁଟୁମ୍ବକମ୍
ଅକ୍ଟୋବର: ଖାଦ୍ୟ ସୁରକ୍ଷା
ନଭେମ୍ବର – ଆତ୍ମ ନିର୍ଭରଶୀଳ ଭାରତ
ଡିସେମ୍ବର- ଅଷ୍ଟଲକ୍ଷ୍ମୀ (ଉତ୍ତର ପୂର୍ବର ଆଠଟି ରାଜ୍ୟ)

 

Get real time updates directly on you device, subscribe now.