ଭାରତ-କାନାଡା ବିବାଦ: ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ ମୋହରା କରି ବିଷଭରା କଥା କହିଲା ପାକିସ୍ତାନ

ଓଡ଼ିଶା ଭାସ୍କର: ଭାରତ ବିରୋଧରେ ସବୁବେଳେ ବିଷ ଓଗାଳୁଥିବା ପାକିସ୍ତାନକୁ ପୁଣି ସୁଯୋଗ ମିଳିଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଅଭିଯୋଗକୁ କେନ୍ଦ୍ରକରି ପାକିସ୍ତାନ ଆଉଥରେ ଏପରି ସୁଯୋଗ ପାଇଛି। ପାକିସ୍ତାନର ବୈଦେଶିକ ସଚିବ ସାଇରସ କାଜି କହିଛନ୍ତି ଯେ ସେ ଏହି ଖୁଲାସାରେ ଚିନ୍ତିତ ନୁହଁନ୍ତି, ଟ୍ରୁଡୋ ଯାହା କହିଛନ୍ତି ସେଥିରେ ନିଶ୍ଚୟ କିଛି ସତ୍ୟତା ରହିଛି। ୭୮ତମ ୟୁଏନଜିଏ ଅଧିବେଶନରେ ଯୋଗ ଦେବା ପାଇଁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱର-ଉଲ-ହକ୍ କାକରଙ୍କ ସହ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଥିବା କାଜି ବୁଧବାର ଜାତିସଂଘରେ ପାକିସ୍ତାନ ମିଶନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। କାନାଡାରେ ଭାରତର ଆତଙ୍କବାଦ ପାକିସ୍ତାନ ପାଇଁ ଆଶ୍ଚର୍ଯ୍ୟଜନକ କଥା ନୁହେଁ। ‘

ପାକିସ୍ତାନ ବୈଦେଶିକ ସଚିବ ଆହୁରି କହିଛନ୍ତି ଯେ ୨୦୧୬ ମାର୍ଚ୍ଚରେ ବେଲୁଚିସ୍ତାନରୁ ଭାରତୀୟ ଗବେଷଣା ଓ ବିଶ୍ଳେଷଣ ଶାଖା, ର’ର ଜଣେ କାର୍ଯ୍ୟରତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ବି ସେହି ଅଭିଯୋଗରେ ପାକିସ୍ତାନ କିଛି ଅସ୍ୱାଭାବିକ ଅନୁଭବ କରିନଥିଲା। ସୂଚନାଯୋଗ୍ୟ, ଯାଦବ ନୌସେନାର ଜଣେ ସ୍ୱେଚ୍ଛାକୃତ ଅବସରପ୍ରାପ୍ତ ଭାରତୀୟ ନାଗରିକ। କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପାକିସ୍ତାନ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। ଭାରତ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛି। ଯାଦବ ଏବେ ପାକିସ୍ତାନଜେଲରେ ବନ୍ଦୀ ଅଛନ୍ତି। କାଜି ଆହୁରି କହିଛନ୍ତି “ଯଦି ଦୁନିଆରେ କେହି ଭାରତୀୟ କାର୍ଯ୍ୟକଳାପ ବିଷୟରେ ଜାଣନ୍ତି, ତେବେ ସେ ହେଉଛନ୍ତି ଆମେ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିବା ଭାରତ-କାନାଡା ସମ୍ପର୍କରେ ଉତ୍ତେଜନାର କାରଣ ପାଲଟିଛି । ସୋମବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ କାନାଡାରେ ଜଣେ ଶିଖ୍ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଘଟଣାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥାଇପାରେ। ଅନ୍ୟପକ୍ଷରେ କାନାଡାର ଅଭିଯୋଗକୁ ଭାରତ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଏହାରି ଭିତରେ କାନାଡା ସରକାର ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି, ଯାହାର ଜବାବରେ ଭାରତ ଜଣେ କାନାଡାର କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ କହିଛି ।