fbpx

ଦେଶରେ କମିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ମିଳିଲେ ୨୨, ୨୭୦

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧.୮ ପ୍ରତିଶତ ରହିଛି । ଏହା ସହ ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି । ସେହିପରି ୨୪ ଘଣ୍ଟାରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୧ ହଜାର ୨୩୦କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୪ କୋଟି ୨୦ ଲକ୍ଷ ୩୭ ହଜାର ୫୩୬ ଜଣ ଆକ୍ରାନ୍ତ । ବର୍ତ୍ତମାନ ୨ ଲକ୍ଷ ୫୩ ହଜାର ୭୩୯ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଦେଶରେ ୧୮୬ କୋଟିରୁ ଅଧିକ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.