ବଳବତ୍ତର ରହିବ ସିନ୍ଧୁ ନଦୀ ଜଳଚୁକ୍ତି ସ୍ଥଗିତ ନିଷ୍ପତ୍ତି, ଅସ୍ତ୍ରବିରତି ପରେ ବି ପାକିସ୍ତାନକୁ ମିଳିବନି ଆଶ୍ୱସ୍ତି

ଅସ୍ତ୍ରବିରତି ପରେ ବି ଏହି ସବୁ ଚୁକ୍ତିନାମା ହଟାଇବନି ଭାରତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭୟଭୀତ ହୋଇଥିବା ପାକିସ୍ତାନ ଶନିବାର ଦିନ ଅସ୍ତ୍ରବିରତିର ଘୋଷଣା କରିଛି, ଯେଉଁଥିରେ ଭାରତ ସରକାର ସହମତି ପ୍ରକାଶ କରିଛନ୍ତି । ଭାରତ ପକ୍ଷରୁ ଆସୁଥିବା ପାକିସ୍ତାନର ସମସ୍ୟା ଏବେ ବି ଶେଷ ହୋଇନି ।

ସୂଚନା ମୁତାବକ, ଭାରତ ପାକିସ୍ତାନ ଉପରେ ଜଳ, ବ୍ୟାପାର, କୂଟନୈତିକ ଏବଂ ଅର୍ଥନୈତିକ ପ୍ରତିବନ୍ଧ ଲଗାଇଛି, ଯାହା ଉପରେ କୌଣସି ଆଲୋଚନା ହୋଇନାହିଁ । ତାହା ଏବେ ବି ସେହିଭଳି ଜାରି ରହିବ ।

୨୨ ଅପ୍ରେଲ, ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଆକ୍ସନ ନେଇ ସିନ୍ଧୁ ଜଳଚୁକ୍ତି, ପାକିସ୍ତାନୀ ଭିସା, ଟ୍ରେଡ ଡିପ୍ଲୋମାଟିକ ଏବଂ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଥିଲା ।

ପାକିସ୍ତାନ ଉପରେ ଲାଗି ରହିବ ଏହି ବ୍ୟାନ:
-ସିନ୍ଧୁ ଜଳଚୁକ୍ତି ନିଲମ୍ବିତ ରହିବ ।
-କୌଣସି ବ୍ୟବସାୟିକ ସଂପର୍କ ପୁନଃସ୍ଥାପିତ ହେବ ନାହିଁ ।
-କୂଟନୈତିକ ସ୍ତରରେ ମଧ୍ୟ ସ୍ଥିତାବସ୍ଥା ବଜାୟ ରହିବ । ପାକିସ୍ତାନକୁ ପଠାଯାଇଥିବା ଦୂତାବାସ କୂଟନୀତିଜ୍ଞମାନଙ୍କୁ ପୁନର୍ବାର ଡକାଯିବ ନାହିଁ ।
-ପାକିସ୍ତାନ ଉପରେ ଲାଗୁ ହୋଇଥିବା ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଜାରି ରହିବ । କୌଣସି ମାଲବାହୀ ଜାହାଜ ଇତ୍ୟାଦି ଭାରତୀୟ ବନ୍ଦରକୁ ଆସିପାରିବ ନାହିଁ ।