କମାଲ କଲା ଭାରତ… ମହିଳା ଦଳର ବିଜୟ ପରେ, ଖୋ ଖୋ ବିଶ୍ବ ଚାମ୍ପିଅନ୍ ହେଲା ଭାରତୀୟ ପୁରୁଷ ଦଳ
ଇତିହାସ ସୃଷ୍ଟି କଲା ଭାରତୀୟ ଖୋ ଖୋ ଦଳ । ନେପାଳକୁ ଧୂଳି ଚଟେଇ ଉଭୟ ପୁରୁଷ ଓ ମହିଳା ଦଳ ହେଲେ ବିଜୟୀ ।
ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ଖୋ ଖୋ ବିଶ୍ୱ ବିଜେତା ହେବା ପରେ ଏହାକୁ ଅନୁକରଣ କରି ଭାରତୀୟ ପୁରୁଷ ଦଳ ମଧ୍ୟ ବିଜୟ ପତକା ଧରିିଛି । ଉଭୟ ମହିଳା ଓ ପୁରୁଷ ଟିମ୍ ନେପାଳ ବିପକ୍ଷରେ ଫାଇନାଲ ଖେଳି ବିଜୟୀ ହୋଇଛନ୍ତି ।
ପୁରୁଷ ଦଳ କିଛି ଦିନ ପୂର୍ବରୁ ଟୁର୍ନାମେଣ୍ଟ ଓପନର୍ରେ ପରାସ୍ତ ହେବା ପରେ ଖୋ ଖୋ ବିଶ୍ୱକପରେ ଆଉ ଥରେ ନେପାଳକୁ ପରାସ୍ତ କରିଥିଲା। ୪ଟି ଯାକ ଟୁର୍ନାମଣ୍ଟେରେ ବିଜୟୀ ହୋଇ ନେପାଳକୁ ପରାସ୍ତ କରିଛନ୍ତି ।
ଭାରତୀୟ ଦଳ ସହଜରେ ନେପାଳକୁ ସ୍କୋର କରିବାକୁ ନେଇ ନ ଥିଲେ । ଦୁଇ ଦଳ ମୁହାଁମୁହିଁ ପରିସ୍ଥିତିରେ ପ୍ରଥମ ଟର୍ନରେ ନେପାଳ ମାତ୍ର ୧୮ ପଏଣ୍ଟ କରିପାରିଥିଲା । ଭାରତୀୟ ପୁରୁଷ ଦଳ କିନ୍ତୁ ୨୬ ପଏଣ୍ଟ କରିଥିଲା ।
ସେହିପରି ୩ୟ ଟର୍ନରେ ଉଭୟ ଦଳ ୫୬-୧୮ ସ୍କୋର କରିଥିଲେ । ଫାଇନାଲ ଟର୍ନରେ ଯେତେବେଳେ ନେପାଳକୁ ଜିତିବା ପାଇଁ ୩୭ ପଏଣ୍ଟର ଆବଶ୍ୟକତା ଥିଲା, ସେ ସମୟରେ ନେପାଳ ମାତ୍ର ୮ ପଏଣ୍ଟ କରିବାକୁ ସକ୍ଷମ ହୋଇଥିଲା । ୩୫-୩୬ ପଏଣ୍ଟରେ ଭାରତୀୟ ପୁରୁଷ ଖୋ ଖୋ ଦଳ ବିଜୟୀ ହୋଇଛି ।
ମହିଳା ଦଳ ଭଳି ପୁରୁଷ ଦଳ ମଧ୍ୟ ଭଳ ପ୍ରଦର୍ଶନ କରିଛି । ସେମାନେ ଟୁର୍ନାମେଣ୍ଟ ଓପନର ନେପାଳରୁ ୪୨-୩୭ ସ୍କୋରରେ ହରେଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ବ୍ରାଜିଲ ବିପକ୍ଷରେ ଖେଳି ଭାରତ ୬୨-୩୪ ଏପଣ୍ଟ ବନେଇଥିଲା । ପେରୁ କୁ ୭୦-୩୮ ପଏଣ୍ଟ ଏବଂ ଭୁଟାନକୁ ୭୧-୩୪ ପଏଣ୍ଟରେ ଭାରତୀୟ ପୁରୁଷ ଖୋ ଖୋ ଦଳ ବିଜୟ ହାସଲ କରିଥିଲା । ସେମ ଫାଇନାଲରେ ସାଉଥ ଆଫ୍ରିକା ବିପକ୍ଷରେ ଖେଳି ଭାରତ ୬୦-୧୮ ସ୍କୋର କରିଥିଲା ।
ନେପାଳ ବିପକ୍ଷରେ ୭୮-୪୦ ସ୍କୋର କରି, ଚାମ୍ପିଅନ୍ ହୋଇଛି ମହିଳା ଦଳ । ମହିଳା ଦଳ ପ୍ରଥମ ଟର୍ନରେ ୩୪-୦ ପଏଣ୍ଟ କରିଥିଲା । ଦ୍ୱିତୀୟ ଟର୍ମବେଳେ ଦୁଇ ଦଳ ୩୪-୨୪ ପଏଣ୍ଟ ହାସଲ କରିଥିଲେ । ୩ୟ ଟର୍ନରେ ଭାରତୀୟ ମହିଳା ଦଳ ୩୮ ପଏଣ୍ଟ କରିଥିଲା ।
୪୯ ପଏଣ୍ଟ ଆଗୁଆ ଚାଲୁଥିବା ଭାରତୀୟ ଦଳକୁ ଉତ୍ତର ଦେବାକୁ ନେପାଳ ସକ୍ଷମ ନ ଥିଲା । କଷ୍ଟେମଷ୍ଟେ ନେପାଳ ମହିଳା ଦଳ ଶେଷ ଆଡ୍ୁକ ୧୬ ପଏର୍ଟ ନିଜ ସ୍କୋରରେ ଆଡ୍ କରିଥିଲେ । କିନ୍ତୁ ନିଜୟ ସେମାନଙ୍କଠାରୁ ବହୁ ଦୂରରେ ଥିଲା । ଶେଷରେ ୭୮-୪୦ ସ୍କୋର କରି ଭାରତୀୟ ମହିଳା ଦଳ ବିଜୟୀ ହେଲା ।