ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ଆଜି ଦିନ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି, ଜାଣନ୍ତୁ କେମିତି କରିବେ ଅନଲାଇନ୍ ଟିକେଟ ବୁକିଂ
ଫେବ୍ରୁଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବା
କଟକ: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ରବିବାରଠାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଅପରାହ୍ଣ ୪ଟାରୁ ଅନଲାଇନ୍ ପୋର୍ଟାଲ ଖୋଲିବ। ପ୍ରାୟ ୪,୦୦୦ ଟିକେଟ ଅନଲାଇନ୍ରେ ବିକ୍ରି କରାଯିବ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅନଲାଇନ୍ ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦଯୋଗ୍ୟ ୧ ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ୍ ଉପଲବ୍ଧ ହେବ ନାହିଁ । ୧ ଓ ୩ ନମ୍ବର ଗ୍ୟାଲେରୀ ପଡିଆ ପାର୍ଶ୍ଵରେ ରହିଥିବାରୁ କ୍ରିକେଟପ୍ରେମୀ ଏହି ଗ୍ୟାଲେରୀ ଟିକେଟ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି।
ଜୋମାଟୋ ଡିଷ୍ଟ୍ରିକ୍ଟ ଆପ୍ଲିକେସନ୍ ମାଧ୍ୟମରେ କ୍ରିକେଟପ୍ରେମୀ ଅନଲାଇନ୍ ଟିକେଟ ବୁକ୍ କରିପାରିବେ। ଏହି ଆପ୍କୁ ଡାଉନ ଡାଉନ୍ଲୋଡ୍ କରି ନିଜ ପସନ୍ଦର ସିଟ୍ ଚୟନ କରିପାରି ଦର୍ଶକ।
କେମିତି କରିବେ ଅନ୍ଲାଇନ୍ ଟିକେଟ ବୁକିଂ
- ଡିଷ୍ଟ୍ରିକ୍ଟ ଆପ୍ କିମ୍ବା https://www.district.in ୱେବ୍ସାଇଟରେ ପ୍ରବେଶ କରିବାକୁ ହେବ।
- ସେଠାରେ ଥିବା ମ୍ୟାଚ୍ ବ୍ୟାନରରେ ବାରବାଟୀ ଷ୍ଟାଡିୟମ୍ ଭେନ୍ଯୁକୁ କ୍ଲିକ୍ କରିବେ।
- ଭେନ୍ଯୁକୁ କ୍ଲିକ୍ କରିବା ପରେ ସେଠାରେ ଦେଖାଯିବାକୁ ଥବା ‘ବୁକ୍ ଟିକେଟ୍ସ’ ଉପରେ କ୍ଲିକ୍ କରିବେ।
- ସେଠାରେ ‘ବାଏ ନାଓ’ ଉପରେ କ୍ଲିକ୍ କରିବାକୁ ହେବ।
- ଚୁଜ୍ ଟିକେଟ୍ ଭାଗକୁ ଚୟନ କରିବା ପରେ ଷ୍ଟାଡିୟମ୍ର କେଉଁ ଷ୍ଟାଣ୍ଡ୍କୁ ପସନ୍ଦ କରିବେ ତାହା ଉପରେ କ୍ଲିକ୍ କରିବାକୁ ହେବ।
- ପରେ ‘କଣ୍ଟିନିଉ’ ଚୟନ କରିବା ପରେ ଅନଲାଇନ୍ ପେମେଣ୍ଟ୍ ଦାଖଲ କରିବାକୁ ହେବ।
- ୟୁପିଆଇ, ନେଟ୍ ବ୍ୟାଙ୍କି ଓ କାର୍ଡ ମାଧ୍ଯମରେ ପେମେଣ୍ଟ ଦାଖଲ କରିବେ।
- ଟିକେଟ ନିଶ୍ଚିତ ହୋଇଯିବା ପରେ ଆପ୍, ଇ-ମେଲ୍ରେ ମେସେଜ୍ ଆସିବ।
- ଇ-ମେଲ୍ରେ ଏକ କ୍ୟୁଆର୍ କୋଡ୍ ଯିବ। ବୁକ୍ ହୋଇଥିବା ଟିକଟ ଗ୍ରହଣ କରିବା ସମୟରେ ଏହି କ୍ୟୁଆର୍ କୋଡ୍କୁ ଦେଖାଇବାକୁ ହେବ।