ସିରିଆ ଉପରେ ଘନଘନ ଆକ୍ରମଣ, ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ

ନୂଆଦିଲ୍ଲୀ: ସିରିଆ ଉପରେ ଘନଘନ ଆକ୍ରମଣ ଜାରି ରହିଛି । ସିରିଆକୁ କବଜା କରିବା ଏବଂ ରାଷ୍ଟ୍ରପତି ବଶିର ଅଲ ଅସଦଙ୍କୁ ଗାଦିଚ୍ୟୁତ କରିବା ପରେ ଏଠାରେ ବିଦ୍ରୋହୀ ସରକାର ଗଠନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ମହମ୍ମଦ ଅଲ-ବଶିରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯାଇଛି ।  ଇସ୍ରାଏଲର ରକେଟ ମାଡ ପରେ ବର୍ତ୍ତମାନ ତୁର୍କି ଆକ୍ରମଣ କରିଛି । ଏହି ଆକ୍ରମଣରେ 10ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ନେଇ ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

ଦୁଇ ଦିନରେ ଇସ୍ରାଏଲ୍ ୩୦୦ରୁ ଅଧିକ ମିଶାଇଲ ମାଡ଼ କରିଛି । ଅସଦ ଶାସନର ବିପଜ୍ଜନକ ଅସ୍ତ୍ର ସିରିଆରେ ବିଦ୍ରୋହୀଙ୍କ ହାତରେ ପଡିପାରେ ଇସ୍ରାଏଲ ଆଶା କରୁଥିବା ବେଳେ ଏଥିରୁ ବର୍ତ୍ତାଇବା ପାଇଁ ସେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ଜାରି ରଖିଛି । ତେବେ ଯଦି ଏହି ଆକ୍ରମଣ ଆଉ କିଛିଦିନ ଲାଗି ରୁହେ ତାହେଲେ ଖୁବ୍ କମ୍ ଦିନ ଭିତରେ ସିରିଆ ବାୟୁସେନା ଧ୍ବସଂ ପାଇଯିବ ବୋଲି କୁହାଯାଇଛି । ଏହାରି ଭିତରେ ଭାରତୀୟକୁ ସିରିଆ ଯିବା ପାଇଁ ବାରଣ କରାଯାଇଛି । ଏହାସହିତ ଯେଉଁମାନେ ସିରିଆରେ ରହିଛନ୍ତି, ସେମାନଙ୍କୁ ସତର୍କତା ସହ ରହିବା ପାଇଁ କୁହାଯାଇଛି । ତେବେ ଏହାରି ଭିତରେ ସିରିଆରୁ 75 ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଛି । ଭାରତ ନିଜ ନଗାରିକଙ୍କୁ ଫେରାଇ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛି । ଲେବାନନ ରାସ୍ତା ଦେଇ ଭାରତ ଫେରୁଛନ୍ତି ଭାରତୀୟ । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ଦୂତବାସ ସହିତ ସମ୍ପର୍କରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।