fbpx

ଭାରତର ପ୍ରଥମ କୋଭିଡ଼ ଆକ୍ରାନ୍ତଙ୍କୁ ପୁଣି ଥରେ ହେଲା କରୋନା

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ କେରଳ ସମତେ କିଛି ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏହାରି ମଧ୍ୟରେ ଖବର ମିଳିଛି କି, ଦେଶର ପ୍ରଥମ କରୋନା ସଂକ୍ରମିତଙ୍କୁ ପୁଣି ଥରେ କରୋନା ହୋଇଛି । ସେ ଜଣେ ଡାକ୍ତରୀ ଛାତ୍ରୀ ହୋଇଥିବା ବେଳେ କେରଳର ତ୍ରିଶୂରରେ ରହୁଛନ୍ତି । ୨୦୨୦ ମସିହା ଜାନୁଆରୀ ୩୦ ତାରିଖରେ ସେ ଚୀନର ଉହାନ୍ ସହରରୁ ଫେରିଥିଲେ । ଏବେ ଘରେ ତାଙ୍କର ଚିକିତ୍ସା ଚାଲିଛି ।

ତ୍ରିଶୂର ମେଡିକାଲ ଅଫିସର ଡକ୍ଟର କେଜେ ରିନା କହିଛନ୍ତି ଯେ, ‘ଡାକ୍ତରୀ ଛାତ୍ରୀ ପୁନର୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଆରଟି-ପିସିଆର ରିପୋର୍ଟ ପଜିଟିଭ ଓ ଆଣ୍ଟିଜେନ୍ ନେଗେଟିଭ ଆସିଛି । ମହିଳା ଲକ୍ଷଣହୀନ ରହିଥିବା ବେଳେ ଏବେ ସେ ତାଙ୍କ ଘରେ ଭଲରେ ଅଛନ୍ତି ।’

ତେବେ ଏହି ମହିଳା ଚୀନର ଉହାନ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ ଓ ସେମିଷ୍ଟାର ଶେଷ ହେବା ପରେ ଛୁଟିରେ ୩୦ ଜାନୁଆରୀ ୨୦୨୦ ରେ କେରଳରେ ଥିବା ନିଜ ଘରକୁ ଆସିଥିଲେ । ସେତେବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତ୍ରିଶୂର ମେଡିକାଲ କଲେଜ ହସ୍ପିଟାଲରେ ପାଖାପାଖି ୩ ସପ୍ତାହ ଧରି ତାଙ୍କର ଚିକିତ୍ସା ଚାଲିଥିଲା । ସେଠାରେ ଛାତ୍ରୀଙ୍କ ୨ ଥର ରିପୋର୍ଟ ନେଗେଟିଭ ଆସିଥିଲା । ସୁସ୍ଥ ହେବା ପରେ ୨୦ ଫେବ୍ରୁଆରୀ ୨୦୨୦ରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା ।

Get real time updates directly on you device, subscribe now.