fbpx

ଲଞ୍ଚ ହେଲା Mahindra Bolero Neo, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ମହିନ୍ଦ୍ରା ବୋଲେରୋ ନିଓ । ଲମ୍ବା ସମୟ ଧରି ଏହାକୁ ଅପେକ୍ଷା କରିଥିଲେ ଗ୍ରାହକ । ଆକର୍ଷକ ଡିଜାଇନ ଏବଂ ଦମଦାର ଇଞ୍ଜିନ ସହ ଲଞ୍ଚ ହୋଇଛି ଏହି ଏସୟୁଭି । ଏହାର ଦାମ ୮.୪୮ ଲକ୍ଷରୁ ଆରମ୍ଭ ହୋଇଛି । ନୂଆ ବୋଲୋରେ ଚାରିଟି ଭାରିଆଣ୍ଟରେ ଲଞ୍ଚ ହୋଇଛି । ଏଥିରେ ମହିନ୍ଦ୍ରାର ଲ୍ୟାଡର-ଫ୍ରେମ ଚେସିସ୍ ରହିଛି । ଏହି ଏସୟୁଭିିରେ ରିୟର ହ୍ୱିଲ ଡ୍ରାଇଭ ଦେଖିବାକୁ ମିଳିବ । ନୂଆ ମହିନ୍ଦ୍ରା ନିଓକୁ ପୂର୍ବ ତୁଳନାରେ ଅଧିକ ଆକର୍ଷକ କରାଯାଇଛି । ହେଡ ଲାଇଟରେ ଏଲଇଡି ଡିଆରଏଲ ଦେଖିବାକୁ ମିଳିବ । ଫଗ ଲ୍ୟାମ୍ପ ସହ ରିୱକର୍୍ଡ ବମ୍ପର ରହିଛି । ଏହାକୁ ମହିନ୍ଦ୍ରାର ସିକ୍ସ-ସ୍ଲେଟ ଗ୍ରୀଲ୍ଡ ଡିଜାଇନ ସହ ଅପଡେଟ କରାଯାଇଛି ।

ତେବେ ନୂଆ ବୋଲେରୋ ନିଓର କ୍ଲାସିକ ଡିଜାଇନ କିଛି ମାତ୍ରାରେ ଷ୍ଟାଣ୍ଡାର୍ଡ ବୋଲେରୋ ଭଳି ରହିଛି । ଯେଉଁଥିରେ କ୍ଲେମ ସେଲ ବୋନେଟ, ସ୍କୋୟାର- ଅଫ, ଫ୍ଲେୟର ହ୍ୱିଲ ଆର୍ଚ ଏବଂ ଏକ ମୋଟା ପ୍ଲାଷ୍ଟିକ କ୍ଲୋଡିଂ ସାମିଲ ରହିଛି ଯାହାକି ଏସୟୁଭିର ଲମ୍ବ ସହ ସମାନ । ଏହା ଯୋଗୁଁ ଏସୟୁଭିର ସାଇଡ ପ୍ରୋଫାଇଲ ଆହୁରି ଅଧିକ ସୁନ୍ଦର ଦେଖାଯାଉଛି । ସେହିଭଳି ପଛରେ ଏସୟୁଭିର ବ୍ରାଣ୍ଡିଂ ସହ ଆଡିସନାଲ ହ୍ୱିଲ ରହିଛି ।

ଏଥିରେ ବାହାର ଅପେକ୍ଷା ଭିତରର ଇଣ୍ଟିରିୟରରେ ସେତେଟା ପରିବର୍ତ୍ତନ କରାଯାଇନାହିଁ । ତଥାପି ଏଥିରେ କିଛି ଖାସ ଫିଚର ଦିଆଯାଇଛି । ଯାହା ଏହାକୁ ଷ୍ଟାଣ୍ଡାର୍ଡ ମଡେଲଠାରୁ ଭିନ୍ନ ଲୁକ ଦେଉଛି । ଏଥିରେ ନୂତନ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ମଲ୍ଟୀ ଇନଫରମେସନ ଡିସପ୍ଲେ ସ୍କ୍ରିନ ଦିଆଯାଇଛି । ଇଣ୍ଟିରିୟର ବିଷୟରେ ଅଧିକ କହିବାକୁ ଗଲେ ସିଟରେ ଟେକ୍ସଚର ଇଫେକ୍ଟ ଦେଖିବାକୁ ମିଳିବ । ଏହା ସହ ପାୱାର ଷ୍ଟେରିଙ୍ଗ ହ୍ୱିଲ ଏବଂ ଆର୍ମ ରେଷ୍ଟ ରହିଛି ।

ବେଲେରୋ ନିଓରେ କମ୍ପାନୀ ୧.୫ ଲିଟର କ୍ଷମତା ବିଶିଷ୍ଟ ଥ୍ରୀ-ସିଲିଣ୍ଡର ଡିଜେଲ ଇଞ୍ଜିନର ପ୍ରୟୋଗ କରିଛି । ଯାହା ୧୦୦ ଏଚପି ପାୱାର  ଏବଂ ୨୬୦ ଏନଏମ ର ଟର୍କ ଜେନେରେଟ କରିଥାଏ । ଏହାର ଇଞ୍ଜିନ ୫ ସ୍ପିଡ ମ୍ୟାନୁଆଲ ଗିୟରବକ୍ସ ସହ ରହିଛି । ଏହା ସହ କମ୍ପାନୀ ଏଥିରେ ଫୁଏଲ ସେଭିଙ୍ଗ ଇଞ୍ଜିନ ଷ୍ଟାର୍ଟ/ଷ୍ଟପ ଟେକ୍ନୋଲୋଜୀର ବ୍ୟବହାର କରିଛି ।  ଯାହା ଟିୟୁଭି ୩୦୦ ରେ ଦେଖିବାକୁ ମିଳେ । ଏହି ଟେକ୍ନୋଲୋଜି ଏସୟୁଭିର ମାଇଲେଜକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏଥିରେ ଇକୋ ଡ୍ରାଇଭିଂ ମୋଡ ମଧ୍ୟ ଦେଖିବାକୁ ମିଳିବ ।

ଅନ୍ୟ ଷ୍ଟାଣ୍ଡାର୍ଡ ଫିଚର୍ସ ମଧ୍ୟରେ ଏଥିରେ ବ୍ଲୁଟୁଥ୍ ସହ ୭ ଇଞ୍ଚର ଟଚସ୍କ୍ରିନ ଇନଫୋଟେନଣ୍ଟେ ସିଷ୍ଟମ, ଷ୍ଟେରିଙ୍ଗ ମାଉଣ୍ଟେଡ ଅଡିଓ କଣ୍ଟ୍ରୋଲ, କ୍ରୁଜ କଣ୍ଟ୍ରୋଲ, ଇକୋ ମୋଡ ସହ ଏୟାର କଣ୍ଡିସନିଙ୍ଗ, ଫ୍ରଣ୍ଟ ଆର୍ମ ରେଷ୍ଟ, ହାଇଟ ଆଡଜଷ୍ଟେବଲ ଡ୍ରାଇଭର ସିଟ ଏବଂ ଇଲେକ୍ଟ୍ରୋନିକ ଆଉଟ ସାଇଡ ରିୟର ଭ୍ୟିୁ ମିରର ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଏଥିରେ ଆଣ୍ଟିଲକ୍ ବ୍ରେକିଂ ସିଷ୍ଟମ, ଇଲେକ୍ଟ୍ରୋନିକ ବ୍ରେକଫୋର୍ସ ଡିଷ୍ଟ୍ରିବ୍ୟୁସନ୍, ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ, ରିଭର୍ସ ପାର୍କିଂ ସେନ୍ସର ଭଳି ଫିଚର ରହିଛି ।

Get real time updates directly on you device, subscribe now.