ଚାରିଆଡେ Made In India କରିବ ରାଜ୍, ଇଣ୍ଡୋନେସିଆ ସହ ୩୮୦୦ କୋଟି ଟଙ୍କାର ଡିଲ୍ କଲା ଭାରତ
ବ୍ରହ୍ମୋସ ମିଶାଇଲ କିଣିବ ଇଣ୍ଡୋନେସିଆ । ଦୁଇ ଦେଶ ମଧ୍ୟରେ ଡିଲ୍ ଫାଇନାଲ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଡ୍ ଇନ୍ ଇଣ୍ଡିଆ ଏବେ ବିଦେଶ ମଧ୍ୟ ଦେଖିବ । ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଦିନକୁ ଦିନ ସ୍ୱାବଲମ୍ବୀ ହେବାରେ ଲାଗିଛି । ଯାହାକୁ ଏବେ ଭାରତ ବିଶ୍ୱବ୍ୟାପୀ କରିବାକୁ ଚାହୁଁଛି ।
ଭାରତ ଇଣ୍ଡୋନେସିଆ ସହ ୩୮୦୦ କୋଟି ଟଙ୍କାର ଡିଲ୍ ଫାଇନାଲ କରିଛି । ଇଣ୍ଡୋନେସିଆ ଭାରତ ଠାରୁ ବ୍ରହ୍ମୋସ ମିଶାଇଲ କିଣିବ । ଏହା ପୂର୍ବରୁ ଭାରତ ଫିଲିପିନ୍ସକୁ ମିଶାଇଲ ବିକ୍ରି କରିଛି ।
ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ବିଶିଷ୍ଟ ଅତିଥି ଭାବେ ସାମିଲ ହୋଇଥିଲେ । ରବିବାର ପ୍ରବୋବୋ ବ୍ରହ୍ମୋସ ଏରୋସ୍ପେସ୍ ମୁଖ୍ୟାଳୟ ପରିଦର୍ଶନ କରିଥିଲେ ।
ଇଣ୍ଡୋନେସିଆର ସୁରକ୍ଷା ପାଇଁ ଭାରତ ଏହି ଡିଲରେ ରାଜି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁଇ ପକ୍ଷ ଶୃଙ୍ଖଳାର ସହ ମିଶି କାମ କରିବାକୁ ଯାଉଛନ୍ତି । ୨୦୨୪ ଏପ୍ରିଲରେ ଭାରତ ଫିଲିପିନ୍ସକୁ ବିକ୍ରି କରିଥିଲା।
ବ୍ରାହ୍ମାସ ମିଶାଇଲର ଖାସ୍ କଥା ହେଉଛି , ଉଭୟ ବାୟୁ ଏବଂ ସମୁଦ୍ର ମଧ୍ୟରୁ ଏହାକୁ ଲଞ୍ଚ କରାଯାଇପରିବ । ଫିଲିଫିନ୍ସକୁ ବିକ୍ରି କରାଯାଇଥିବା ମିଶାଇଲ ୨୯୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଭାରତ ପ୍ରତିରକ୍ଷାରେ ବ୍ୟବହୃତ ମିଶାଇଲ ୫୦୦ କିମି ପର୍ଯ୍ୟନ୍ତ ଯାଇପାରିବ ।