ପାକିସ୍ତାନ ଟିମ୍ ପାଇଁ ଖୁସି ଖବର: ବିଶ୍ୱକପ୍ ପାଇଁ ଭିସା ଦେଲା ଭାରତ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଖେଳିବା ଉପରୁ ଦ୍ୱନ୍ଦ୍ୱ ହଟିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼ ଟେନସନରେ ରହିଥିଲା । ମାତ୍ର ଏବେ ବାବର ଆଜମଙ୍କ ନେତୃତ୍ୱାଧୀନ ଟିମ ପାଇଁ ଆସିଛି ବଡ଼ ଖୁସି ଖବର । ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ଭାରତ ସରକାର ଭିସା ପ୍ରଦାନ କରିଛନ୍ତି ।

ପାକିସ୍ତାନ ଭାରତ ଆସିବାକୁ ଆଉ ମାତ୍ର ଦୁଇ ଦିନ ବାକି ରହିଥିବା ବେଳେ ଏନେଇ କ୍ରୀଡ଼ାପ୍ରେମୀଙ୍କ ସହିତ ପାକିସ୍ତାନ ମଧ୍ୟ ଟେନସନରେ ରହିଥିଲା । ମାତ୍ର ଆଜି ଭାରତ ସରକାର ଭିସା ପ୍ରଦାନ କରିବା ପରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଆସନ୍ତା ୨୭ ତାରିଖରେ ବାବର ବାହିନୀ ହାଇଦ୍ରାବାଦରେ ପହଞ୍ଚିବାର ଅଛି । ଅକ୍ଟୋବର ୫ ତାରିଖରୁ ଭାରତରେ ବିଶ୍ୱକପ ଆରମ୍ଭ ହେବ । ଏହାପରେ ୧୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇ ଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ ।

ପାକିସ୍ତାନ ବିଶ୍ୱକପ ଦଳ: ବାବର ଆଜମ (ଅଧିନାୟକ), ଶଦାବ ଖାନ (ଉପଅଧିନାୟକ), ଅବଦୁଲା ଶଫିକ, ଫଖର ଜମାନ, ହସନ ଅଲୀ, ଇଫତିଖାନ ଅହମଦ, ଇମାନ ଉଲ ହକ, ମୋହମ୍ମଦ ନବାଜ, ମୋହମ୍ମଦ ରିଜୱାନ, ସଲମାନ ଆଗା, ଶାହୀନ ଆଫରୀଦୀ, ଉସାମା ମୀର, ସଉଦ ଶକିଲ, ହାରିସ ରଉଫ, ମୋହମ୍ମଦ ବସିବ ଜୁନିୟର । ଟ୍ରାଭେଲିଂ ରିଜର୍ଭ- ମୋହମ୍ମଦ ହାରିସ, ଅବରାର ଅହମଦ, ଜମାନ ଖାନ ।