fbpx

ଆସାମରେ ଆତଙ୍କବାଦର ଘଟିଲା ଅନ୍ତ! ଉଲଫା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା

ନୂଆଦିଲ୍ଲୀ: ଭାରତ ସରକାର, ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ(ULFA) ଓ ଆସାମ ମଧ୍ୟରେ ତ୍ରିପକ୍ଷୀୟ ଶାନ୍ତି ବୁଝାମଣା ଆଜି ଅର୍ଥାତ୍ ଶୁକ୍ରବାର ହସ୍ତାକ୍ଷର ହୋଇଛି । ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ସଶସ୍ତ୍ର ଉଗ୍ରବାଦୀ ସଂଗଠନ ଉଲଫା ପକ୍ଷରୁ ଭାରତ ଓ ଆସାମ ସରକାରଙ୍କ ମଧ୍ୟସ୍ଥି ମଧ୍ୟରେ ଶାନ୍ତି ସମାଧାନ ବୁଝାମଣା ପତ୍ରରେ ହସ୍ତାକ୍ଷର ହୋଇଛି ।

ଏହାକୁ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ବୁଝାମଣା ପାଇଁ ଉଲଫା ସହିତ ଏହି ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯାଇଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱା ସରମା, ଗୃହ ସଚିବ ଅଜୟ ଭଲ୍ଲା, ଆସାମ ଡିଜିପି ଜିପି ସିଂହଙ୍କ ସହିତ ଉଲଫା ସଂଗଠନର ସଦସ୍ୟ ମହଜୁଦ ଥିଲେ ।

Get real time updates directly on you device, subscribe now.