fbpx

ଆସନ୍ତା FIFA World Cup-2026 ଖେଳିବ ଭାରତ! କ’ଣ ରହିଛି ସମୀକରଣ, ଫିଫା ଅଧ୍ୟକ୍ଷ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନିକଟରେ କତାରରେ ସମାପ୍ତ ହୋଇଥିବା ଫିଫା ବିଶ୍ୱକପ ଫାଇନାଲରେ ଅର୍ଜେଣ୍ଟିନା ପ୍ରତିପକ୍ଷ ଫ୍ରାନ୍ସକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ଏହି ଖେଳର ଫିଭର ସାରା ଭାରତବର୍ଷରେ ଦେଖିବାକୁ ମିଳିଥିଲା । ତେବେ କ୍ରିକେଟ ପରି ଭାରତ କେବେ ଫୁଟବଲ ବିଶ୍ୱକପରେ ଅଂଶଗ୍ରହଣ କରିବ ସେନେଇ ଅନେକ ସମୟରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଥାଏ । ତେବେ ଏନେଇ ସାରା ଦେଶବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ।

ଆର୍ଜେଣ୍ଟିନା ବିଶ୍ୱବିଜୟୀ ହେବା ପରେ ଭାରତର ଅନେକ ସ୍ଥାନରେ ବିଜୟ ଉତ୍ସବ ଦେଖିବାକୁ ମିଳିଥିଲା । ତେଣୁ ଭାରତ ବିଶ୍ୱକପରେ ଅଂଶଗ୍ରହଣ କରିବା ଦେଶବାସୀଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ହୋଇ ରହିଛି । ତେବେ ପରବର୍ତ୍ତୀ ଫିଫା ବିଶ୍ୱକପ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେଥିରେ ଭାରତ ଅଂଶଗ୍ରହଣ କରିପାରେ । ନିକଟରେ ଫିଫା ଅଧ୍ୟକ୍ଷ ଜିଆନି ଇନଫାଣ୍ଟିନୋ ଇନଷ୍ଟାଗ୍ରାମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିଲେ ।

ଭାରତ ଫିଫା ବିଶ୍ୱକପରେ ଅଂଶଗ୍ରହଣ ନେଇ ଏକ ପ୍ରଶ୍ନ ଜିଆନିଙ୍କୁ ପଚରା ଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ, ଆସନ୍ତା ବିଶ୍ୱକପରେ କ୍ୱାଲିଫାଇ କରିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି । ଆସନ୍ତା ଥର ୩୨ ବଦଳରେ ୪୮ଟି ଟିମ୍ ସାମିଲ ହେବେ । ଭାରତରେ ଫୁଟବଲର ବିସ୍ତାର ପାଇଁ ଫିଫା ପକ୍ଷରୁ ବହୁତ ନିବେଶ କରାଯାଉଛି । ଭାରତ ପରି ଏକ ବୃହତ ଦେଶରେ ଫୁଲବଲ ପ୍ରତିଯୋଗିତା ଆୟୋଜନନ କରାଯାଇ ଏକ ଶକ୍ତିଶାଳୀ ଟିମ୍ ଗଠନ କରିବା ଆବଶ୍ୟକ ।

୨୦୨୬ ବିଶ୍ୱକପରେ ମୋଟ ୮୦ଟି ମ୍ୟାଚ ମଧ୍ୟରୁ ଅଧିକାଂଶ ମ୍ୟାଚ ଆମେରିକା ହୋଷ୍ଟ କରିବ । ବର୍ତ୍ତମାନ ଭାରତର ଫିଫା ରାକିଂ ୧୦୬ ରହିଥିବା ବେଳେ ଏପରି ସ୍ଥିତିରେ କ୍ୱାଲିଫାଇ କରିବା କଷ୍ଟକର । ବିଶ୍ୱକପରେ ଭିନ୍ନ ଭିନ୍ନ ସଂଘ ପାଇଁ ଟିମଙ୍କ ସ୍ଲଟ ସ୍ଥିର ହୋଇଥାଏ । ଏପରି ସ୍ଥଳେ ୪୮ଟି ଟିମ ପାଇଁ ଏସିଆନ ଫୁଟବଲ ଆସୋସିଏସନର ଭାଗରେ ୮.୫ ସ୍ଲାଟ ପଡ଼ିବ । ଅର୍ଥାତ ଏସିଆରୁ ୮ଟି ଟିମ୍ ଭାଗ ନେଇ ପାରିବେ । ଭାରତ ଏସିଆରେ ୧୯ ନମ୍ବରରେ ରହିଥିବା ବେଳେ ପ୍ରଥମେ ଆମକୁ ଏସିଆରେ କ୍ୱାଲିଫାଇ କରିବା ଦରକାର । ଏଥିସହିତ ଆଗକୁ ଯାଇ ଗ୍ରୁପରେ ଟପ-୨ରେ ରହିବାକୁ ହେଲେ ଏସିଆନ ଟିମଗୁଡ଼ିକୁ ଚ୍ୟାଲେଞ୍ଜ ଦେବାକୁ ପଡ଼ିବ ।

Get real time updates directly on you device, subscribe now.