fbpx

(video) Manipur Violence: ମହିଳା ଓ ଛୁଆଙ୍କ ଆର୍ତ୍ତଚିତ୍କାର ଆପଣଙ୍କୁ ଶୁଣାଯାଏ ନାହିଁ! ସଂସଦରେ ଗର୍ଜିଲେ ମଣିପୁର ସାଂସଦ…

ଓଡିଶା ଭାସ୍କର: ଲୋକସଭାରେ ଗତକାଲି ବଜେଟ ଆଲୋଚନା ସମୟରେ ଆଉଟର ମଣିପୁରସ୍ଥିତ କଂଗ୍ରେସ ସାଂସଦ ଆଲଫ୍ରେଡ କନଂଗମ ଏସ. ଆର୍ଥର ନିଜ ରାଜ୍ୟର ଦୟନୀୟସ୍ଥିତି ଉପରେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଟାର୍ଗେଟ କରିଛନ୍ତି । ସେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କୁ ତାଙ୍କ ପଦରୁ ହଟାଯାଉ । କାରଣ ଗୋଟିଏ ପୂର୍ଣ୍ଣ ସଂପ୍ରଦାୟ ତାଙ୍କୁ ହିଁ ମଣିପୁର ହିଂସାର ଉତ୍ତରଦାୟୀ ବୋଲି ବିବେଚନା କରନ୍ତି । ପୂର୍ବରୁ ପ୍ରତିମାସରେ ଜଣେ ଲେଖାଏଁ କେନ୍ଦ୍ରମନ୍ତ୍ରୀ ମଣିପୁର ଯାଉଥିଲେ, ମାତ୍ର ୩ ମଇ ୨୦୨୩ ପରେ କାହିଁକି ଆଉ ଯାଉ ନାହାନ୍ତି ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
କଂଗ୍ରେସ ସାଂସଦ ଆଲଫ୍ରେଡ, ପ୍ରଧାନମନ୍ତ୍ରୀ ମଣିପୁରଗସ୍ତ ନ କରିବାକୁ ନେଇ ମଧ୍ୟ ସିଧାସଳଖ ତାଙ୍କ ଉପରକୁ ଗୋଟି ଚାଳନା କରିଥିଲେ । ‘ମୋଦୀ ହୈ ତୋ ସବ ମୁମକିନ ହୈ’ ନାରାକୁ ନେଇ ସେ କଟାକ୍ଷ ମଧ୍ୟ କରିଥିଲେ । ଏହାବାଦ ପ୍ରଧାନମନ୍ତ୍ରୀ ସେହି ମହିଳା ଓ ଛୁଆଙ୍କ ଆର୍ତ୍ତଚିତ୍କାର ଶୁଣିପାରୁ ନାହାନ୍ତି, ଯେଉଁମାନେ ସେମାନଙ୍କ ଘରକୁ ଯାଇ ପାରୁ ନାହାନ୍ତି ବୋଲି ମଧ୍ୟ କହି ସେ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ମଣିପୁର ଲୋକଙ୍କୁ ନ୍ୟାୟ କେଉଁଠି ବୋଲି ସାଂସଦ ଆର୍ଥର ପ୍ରକାଶ କରିଥିଲେ ।

ସାଂସଦ ଆହୁରି କହିଛନ୍ତି ଯେ ସେମାନଙ୍କ ପରିବାର ଦେଶର ସ୍ୱାଧୀନତା ପାଇଁ କ’ଣ ଏଥିପାଇଁ ବଳିଦାନ ଦେଇଥିଲେ । ଏଭଳି ପରିସ୍ଥିତି ଦେଖିବା ପରେ ସେମାନଙ୍କ ବଳିଦାନ ମଧ୍ୟ ବ୍ୟର୍ଥ ଅଟେ । ଗୋଟିଏ ସମୁଦାୟ କହୁଛନ୍ତି ଯେ ଜଣେ ବ୍ୟକ୍ତି ପାଇଁ ଏ ସଂଘର୍ଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବାକି ୪୯ ସଦସ୍ୟ ମଧ୍ୟ ଅଛନ୍ତି । ତ ମୁଖ୍ୟମନ୍ତ୍ରୀଙ୍କୁ ହଟାଯାଉ ନାହିଁ କାହିଁକି ବୋଲି ସାସଂଦ ପ୍ରଶ୍ନ କରିଛନ୍ତି । ସେପଟେ ତାଙ୍କ ମତଦାତା ତାଙ୍କୁ ଭାଷଣ ଶୁଣିବା ପାଇଁ ସଂସଦ ମଧ୍ୟକୁ ପଠାଇ ନାହାନ୍ତି ବୋଲି ସେ ଦୃଢତାର ସହ କହିଥିଲେ । ମଣିପୁରକୁ ମଧ୍ୟ ସମାନ ବଜେଟ ମିଳିବାର ଆବଶ୍ୟକତା ରହିଛି ବୋଲି କନଂଗମ କହିଛନ୍ତି । ସେ କେଉଁ ଧର୍ମରୁ ଆସନ୍ତି କିମ୍ବା ହିନ୍ଦୁ ମୁସଲମାନ ଇଶାଇ ବା ଅନ୍ୟ କୌଣସି ଧର୍ମ ପ୍ରତି ତାଙ୍କର ଅନୁଭବ ହୋଇ ନାହିଁ । ମାନବତାର ପରିଭାଷା ତାଙ୍କୁ ଦେଖାଯାଏ । ଧର୍ମର ନୁହେଁ ବୋଲି ସେ ଜଣାଇଛନ୍ତି ।

ଏହାବାଦ ମଣିପୁର ମୁଖ୍ୟମନ୍ତ୍ରୀ କେବଳ ହିଂସାର କଥା କହିବା ଜାଣନ୍ତି ବୋଲି ସାଂସଦ କନଂଗମ ଜଣାଇଛନ୍ତି । ପ୍ରଦାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତଶାହଙ୍କୁ ସେ ମଣିପୁର ଗସ୍ତ କରିବା ପାଇଁ କହିଛନ୍ତି । କାରଣ ସେମାନେ ବି ଭାରତୀୟ ନାଗରିକ ଅଟନ୍ତି ଓ ସେମାନେ ୧୦ ବର୍ଷ ହେବ ତାଙ୍କର ‘ମନ କି ବାତ’ ଶୁଣୁଛନ୍ତି ବୋଲି ସେ କଟାକ୍ଷ କରିଥିଲେ । ତ ପ୍ରଧାନମନ୍ତ୍ରୀ ବି ସେହି ମହିଳା ଓ ଛୁଆଙ୍କ ଆର୍ତ୍ତଚିତ୍କାର ଶୁଣିବାର ଆବଶ୍ୟକତା ରହିଛି ବୋଲି ସାଂସଦ କହିଛନ୍ତି ।

Get real time updates directly on you device, subscribe now.