fbpx

NCERTର ନୂଆ ବହିରେ ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବ: ପ୍ୟାନେଲରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବାକୁ ନେଇ ନିକଟରେ ସାରା ଦେଶରେ ବିରୋଧୀଙ୍କ ପକ୍ଷରୁ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଗତ ସେପ୍ଟେମ୍ବର ମାସ ୧୮-୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶରେ କେନ୍ଦ୍ର ସରକାର ଏନେଇ ଏକ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ସେହିଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ । ନାମ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ନାହିଁ ବୋଲି ପରେ କେନ୍ଦ୍ର ସରକାର ଏନେଇ ସ୍ପଷ୍ଟୀକରଣ ଦେଇଥିଲେ ।

ତେବେ ଏହା ମଧ୍ୟରେ ଉକ୍ତ ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି)ର ନୂଆ ବହିରେ ‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବ । ଏନସିଇଆରଟି ପ୍ୟାନେଲରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ପ୍ୟାନେଲର ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । କିଛି ମାସ ପୂର୍ବରୁ ଉକ୍ତ ପ୍ରସ୍ତାବ ଅଣାଯାଇଥିବା ବେଳେ ଏବେ ତାହାକୁ ଗ୍ରହଣ କରାଯାଇଛି ।

ପ୍ୟାନେଲର ଏହି ନିଷ୍ପତ୍ତି ଫଳରେ ଏଣିକି ଏନସିଇଆରଟି ବହିରେ ପିଲାମାନଙ୍କୁ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ାଯିବ । ଏନସିଇଆରଟିର ପରବର୍ତ୍ତୀ ସେଟରେ ଇଣ୍ଡିଆର ନାମ ପରିବର୍ତ୍ତନ କରାଯାଇ ଭାରତ କରାଯିବ । କିଛି ମାସ ପୂର୍ବରୁ ଏହି ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଏବେ ସ୍ୱୀକାର କରାଯାଇଛି । ଏଥିସହିତ ପାଠ୍ୟପୁସ୍ତକରେ ‘ହିନ୍ଦୁ ଭିକ୍ଟ୍ରିଜ’କୁ ଉଜାଗର କରିବା ପାଇଁ ମଧ୍ୟ ସମିତି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ପାଠ୍ୟପୁସ୍ତକରେ ‘ଆନସିଏଣ୍ଟ ହିଷ୍ଟ୍ରି’ ବଦଳରେ ‘କ୍ଲାସିକାଲ ହିଷ୍ଟ୍ରି’କୁ ସାମିଲ କରିବାକୁ ମଧ୍ୟ ସୁପାରିଶ କରଯାଇଛି ।

Get real time updates directly on you device, subscribe now.