fbpx

ଭାରତକୁ ବିକଶିତ କରିବା ପାଇଁ କର୍ମକ୍ଷେତ୍ରରେ ୪୦ କୋଟି ମହିଳାଙ୍କୁ ସାମିଲ କରିବା ଆବଶ୍ୟକ: ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଏକ ନୂଆ ରିପୋର୍ଟ ଅନୁଯାୟୀ ଭାରତକୁ ନିଜର ଅର୍ଥନୀତିରେ ୧୪ ଟ୍ରିଲିୟନ ଆମେରିକୀୟ ଡଲାର (୧୪ ଲକ୍ଷ କୋଟି) ଯୋଗଦାନ ପାଇଁ କର୍ମକ୍ଷେତ୍ରରେ ଅତିରିକ୍ତ ୪୦ କୋଟି ମହିଳାଙ୍କୁ ଯୋଡିବାର ଆବଶ୍ୟକତା ରହିଛି । ଏଥିପାଇଁ ବର୍ତ୍ତମାନର ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ହାର (ଏଲଏଫପିଆର) କୁ ୨୦୪୭ ଆର୍ôଥକ ବର୍ଷ ସୁଦ୍ଧା ୩୭ ପ୍ରତିଶତରୁ ୭୦ ପ୍ରତିଶତକୁ ଦୁଇଗୁଣ କରିବାକୁ ପଡିବ ।

ଅଣ-ଲାଭ ସଂଗଠନ ଦି ନ୍ୟୁଜ୍ ଇନଷ୍ଟିଚ୍ୟୁଟ୍ ଏକ ନୂତନ ରିପୋର୍ଟ ‘ଶ୍ରମ ବଳ ଅଂଶଗ୍ରହଣ ଡିଷ୍ଟିଲେସନ୍ ରିପୋର୍ଟ’ ପ୍ରକାଶ କରିଛି, ଯାହା ଭାରତର ଆର୍ôଥକ ଭବିଷ୍ୟତ ପାଇଁ ପ୍ରଭାବ ପକାଇଥାଏ । ଏହି ରିପୋର୍ଟ ଗତ କିଛି ବର୍ଷର ପେରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ) ଉପରେ ଆଧାରିତ ।

୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ସୃଷ୍ଟି କରିବାର ଲକ୍ଷ୍ୟ ସ୍ଥିର କରିଛି :-

ରିପୋର୍ଟ ଅନୁଯାୟୀ, ୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି, ତେଣୁ ଏହି ସଫଳତା ହାସଲ କରିବା ପାଇଁ ମହିଳା ଶ୍ରମିକର ଅଂଶଗ୍ରହଣକୁ ବହୁଗୁଣିତ କରିବା ଆବଶ୍ୟକ । ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବା ଏବଂ ବିକଶିତ ଦେଶମାନଙ୍କରେ ଯୋଗଦେବା ପାଇଁ ଭାରତ ନିଜକୁ ଲକ୍ଷ୍ୟ ରଖିଛି । ରିପୋର୍ଟ ଅନୁଯାୟୀ, ୨୦୪୭ ଆର୍ôଥକ ବର୍ଷ ସୁଦ୍ଧା ଭାରତକୁ ବର୍ତ୍ତମାନର ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ହାର (ଏଲଏଫପିଆର) କୁ ୩୭ ପ୍ରତିଶତରୁ ୭୦ ପ୍ରତିଶତକୁ ଦ୍ୱିଗୁଣିତ କରିବାକୁ ପଡିବ । ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ସେତେବେଳକୁ କେବଳ ୧୧ କୋଟି ମହିଳା ଶ୍ରମଶକ୍ତିରେ ଯୋଗଦେବେ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ଅର୍ଥନୀତି ସହ ଜଡିତ ଲକ୍ଷ୍ୟ ପୂରଣ କରିବା ପାଇଁ କର୍ମକ୍ଷେତ୍ରରେ ଅତିରିକ୍ତ ୧୪.୫ କୋଟି ମହିଳା ଯୋଡିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.