fbpx

ଭାରତରେ କିଛି ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ କରି ଦେବା ଦରକାର: ଆମେରିକାର ମୁଖ୍ୟ ମହାମାରୀବିତ୍ ଡାକ୍ତର ଆନ୍ଥୋନି ଫାଉଚି

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ର ପ୍ରବାହ ଥମୁନଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୁପ ଧାରଣ କରିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲକଡାଉନ୍ ହିଁ କେବଳ ଏକମାତ୍ର ଉପାୟ ଯାହା ସଂକ୍ରମଣକୁ ରୋକିପାରିବ ବୋଲି କହିଛନ୍ତି ଆମେରିକାର ମୁଖ୍ୟ ମହାମାରୀବିତ୍ ଡାକ୍ତର ଆନ୍ଥୋନି ଫାଉଚି । ସେ ଭାରତରେ କୋଭିଡ୍-୧୯ର ଦ୍ବିତୀୟ ପ୍ରବାହରେ ସଂକ୍ରମଣ ରୋକିବାର ନାଁ ଧରୁନି । ତେଣୁ ସଂକ୍ରମଣ ରୋକିବା ଲାଗି ତ୍ବରିତ୍ବ ପଦକ୍ଷେପସ୍ବରୂପ ଭାରତରେ ଅଳ୍ପ କେତେ ସପ୍ତାହ ଲାଗି ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିବା ଦରକାର ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।
ଜାତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ସାକ୍ଷାତ୍କାର ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି କହିଛନ୍ତି, ଏହି ସମୟରେ ତୁରନ୍ତ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ମୁଖ୍ୟ ସାମଗ୍ରୀ ସବୁ ହେଲା, ଅକ୍ସିଜେନ୍, ଔଷଧପତ୍ର ଏବଂ ପି.ପି.ଇ. ଯୋଗାଣ ଚାଲୁରଖିବା । ପରିସ୍ଥିତିର ମୁକାବିଲା କରି ସବୁ ଜିନିଷକୁ ସୁବ୍ୟବସ୍ଥିତ କରାଇବା ପାଇଁ ଭାରତ ଏକ ‘କ୍ରାଇସିସ୍ ଗ୍ରୁପ୍’ ଗଠନ କରିବା ଆବଶ୍ୟକ । ପ୍ରକୃତ କଥା ହେଲା ଆପଣମାନେ ଗୋଟାଏ ଜିନିଷ କରିବା ଜରୁରୀ । ଆପଣମାନେ ସାମୟିକ ଭାବେ ଦେଶରେ ‘ସଟ୍ଡାଉନ୍’ ଘୋଷଣା କରିବା ଆବଶ୍ୟକ । ମୋ ବିଚାରରେ ତାହାହିଁ ଗୁରୁତ୍ବପୂର୍ଣ୍ଣ । ଡାକ୍ତର ଫାଉଚି ପୁଣି କହିଲେ, ୬ ମାସ ପାଇଁ ‘ଲକ୍ଡାଉନ୍’ ଲୋଡ଼ା ନାହିଁ । ସଂକ୍ରମଣ ଚକ୍ରର ପରିସମାପ୍ତି ପାଇଁ ସାମୟିକ ‘ଲକ୍ଡାଉନ୍’ ଆବଶ୍ୟକ । ଏହାହିଁ ସଂକ୍ରମଣରେ ବ୍ରେକ୍ ଲଗାଇବ । ଏଥିସହିତ କରୋନା ଲଢ଼େଇରେ ଟିକାକରଣର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ।

ଟିକାକରଣ ସଂକ୍ରାନ୍ତରେ ସୁଚନା ଦେଇ କହିଲେ ଯେ, ଆପଣଙ୍କୁ ବିଶ୍ୱର ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହିତ ଆଲୋଚନା କରିବା ଦରକାର । କାରଣ ବର୍ତ୍ତମାନ ସମୟରେ ଅନେକ ଦେଶରେ ଟିକା ରହିଛି । ଭାରତ ଦୁନିଆର ସବୁଠାରୁ ଅଧିକ ଟିକା ପ୍ରସ୍ତୁତ ହୋଇଛି । ତେଣୁ ଆପଣଙ୍କୁ ଟିକା ତିଆରି କରିବାର କ୍ଷମତାକୁ ବୃଦ୍ଧି କରିବା ଦରକାର ।

Get real time updates directly on you device, subscribe now.