ଓଡିଶା ଭାସ୍କର: ପାକିସ୍ତାନର କାରନାମା ସାରା ବିଶ୍ୱକୁ ଚକିତ କରିଦେଇଛି । ସବୁବେଳେ ଭାରତକୁ ବିରୋଧ କରିବା ସହ କାଶ୍ମିରୀକୁ କବଜା କରିବାକୁ ଚାହୁଁଥିବା ପାକ୍ ନିଜ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ବୋମା ମାଡ କରିଛିା ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନକୁ କଡ଼ା ଭତ୍ସନା କରିଛି ଭାରତ ଓ ଏହା ପାକିସ୍ତାନର ନୃସଂଶତା ବୋଲି କହିଛିା
ସୂଚନାଯୋଗ୍ୟ ଯେ ପାକିସ୍ତାନର ଖାଇବର ପଖତୁନ୍ ଅଞ୍ଚଳରେ ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି । ସେମାନଙ୍କୁ ମାରିବା ପାଇଁ ପାକିସ୍ତାନ ବାୟୁସେନା ଲଗାତାର ସେଠାରେ ବୋମାମାଡ କରୁଛି।ମାତ୍ର ଏଥିରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛିା ଖାଇବର ପଖତୁନରେ ଥିବା ମାତ୍ରେଦର ଗାଁରେ ଗତକାଲି ରାତିରେ ପୁଣି ପାକିସ୍ତାନର ବାୟୁ ସେନା ଆଟାକ କରିଥିଲା, ଏହି ଆକ୍ରମଣରେ ୩୦ ଜଣଙ୍କ ଜୀବନ ଯାଇଛିା ମୃତକଙ୍କ ମଧ୍ୟରେ କିଛି ଛୋଟ ଶିଶୁ ଥିବା କୁହାଯାଉଛିା
ବାରମ୍ବାର ଏଭଳି ପରିସ୍ଥିତି ଦେଖାଦେଉଥିବାରୁ ଏଠାରେ ଲୋକ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ସହ ସୁରକ୍ଷା ପାଇଁ ପାକିସ୍ତାନ ସରକାର ନିକଟରେ ଦାବି କରିଛନ୍ତିା ଏହାରି ଭିତରେ ପାକର କ୍ରୁରତା ପାଇଁ ଜାତିସଙ୍ଘ ମାନବଧିକାର ପରିଷଦରେ ଭାରତ ଶତ୍ରୁ ରାଷ୍ଟ୍ରକୁ କଡା ନିନ୍ଦା କରିଛିା
ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନର ପୋଲ୍ ଖୋଲିଛନ୍ତି ଭାରତୀୟ କୂଟନୀତିଜ୍ଞ କ୍ଷିତିଜ୍ ତ୍ୟାଗୀ । ସେ କହିଛନ୍ତି କି ପାକ ପ୍ରଥମେ ନିଜ ଲୋକଙ୍କୁ କିଭଳି ସୁରକ୍ଷା ଦେବ ସେ ବାବଦରେ ଚିନ୍ତା କରିବା ଦରକାରା ଭାରତକୁ କବଜା କରିବା ପାଇଁ ଚେଷ୍ଟା ନକରି ପ୍ରଥମେ ପିଓକେକୁ ପାକିସ୍ତାନ ମୁକ୍ତ କରୁ । ଏହାସହ ପାକିସ୍ତାନର ଭୁଷୁଡିପଡିଥିବା ଅର୍ଥନିତୀକୁ ପ୍ରଥମେ ସଜାଡିବାରେ ଧ୍ୟାନ ଦେଉ ବୋଲି ତ୍ୟାଗି କହିଥିଲୋ