fbpx

ICC ଇଭେଣ୍ଟରେ ପୁଣି ହେବ ଭାରତ-ପାକିସ୍ତାନ ଲଢେଇ: ମାର୍ଚ୍ଚ ୧ ତାରିଖରେ ମହାମୁକାବିଲା

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ସମସ୍ତ ଦଳକୁ ପଛରେ ପକାଇ ବିଶ୍ୱବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଆଉ ଥରେ ମାତ୍ ଦେଇଛି ରୋହିତ ସେନା । ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ତେବେ ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ମହାମୁକାବିଲାକୁ ନେଇ ଘୋଷଣା କରିଛି ଆଇସିସି । ଆଇସିସିର ଆଗାମୀ ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍ସ ଟ୍ରଫି ପାକିସ୍ତାନରେ ଅନୁଷ୍ଠିତ ହେବ । ଯାହାର ତାରିଖ ଘୋଷଣା ହୋଇଯାଇଛି ।

ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି-୨୦୨୫ରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ତେବେ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଏହି ମହାମୁକାବିଲାର ତାରିଖ ଘୋଷଣା ହୋଇଯାଇଛି । ମାର୍ଚ୍ଚ ୧ ତାରିଖରେ ଚମ୍ପିଆନ୍ସ ଟ୍ରଫିରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଆଇସିସି ବୋର୍ଡର ଜଣେ ବରିଷ୍ଠ ସଦସ୍ୟ ଏ ନେଇ ଅପଡେଟ ଦେଇଛନ୍ତି ଯେ, ଲାହୋରରେ ଚମ୍ପିଆନ୍ସ ଟ୍ରଫିର ଏହି ମହାମୁକାବିଲା ଖେଳାଯିବାର ସୂଚୀ ରହିଛି । ତେବେ ବିସିସିଆଇ ଏପର୍ଯ୍ୟନ୍ତ ଏ ନେଇ ସହମତି ପ୍ରଦାନ କରିନାହିଁ । ପାକିସ୍ତାନ ମ୍ୟାଚ ସହିତ ଟିମ ଇଣ୍ଡିଆର ପ୍ରତ୍ୟେକ ମ୍ୟାଚ ଲାହୋରରେ ଖେଳାଯିବା ନେଇ ସୂଚୀ ପ୍ରକାଶ କରିଛି ଆଇସିସି ।

୨୦୨୫ ମସିହା ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏହାବ୍ୟତୀତ ମାର୍ଚ୍ଚ ୧୦ ତାରିଖକୁ ରିଜର୍ଭ ଡେ’ ଭାବରେ ରଖିଛି ଆଇସିସି । ରିପୋର୍ଟ ଅନୁସାରେ, ଗ୍ରୁପ ଏ’ରେ ଭାରତ ସମେତ ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ରହିଛନ୍ତି । ସେହିପରି ଗ୍ରୁପ ବି’େରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ସାମିଲ ରହିଛି ।

Get real time updates directly on you device, subscribe now.