fbpx

ଏସିଆ କପ: ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ

ନୂଆଦିଲ୍ଲୀ: ସିଆ କପ ୨୦୨୩ର ତୃତୀୟ ମ୍ୟାଚରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆରମ୍ଭ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୬୬ ରନରେ ଅଲଆଉଟ୍ ହୋଇଯାଇଥିଲା । ୨୬୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଯିବାକୁ ପାକିସ୍ତାନ ଟିମ୍ ପ୍ରସ୍ତୁତ ହେଉଥିଲା । ମାତ୍ର ଏହି ସମୟରେ ବର୍ଷା ସାଜିଥିଲା ବାଧକ । ବର୍ଷା କାରଣରୁ ପାକିସ୍ତାନ ଇନିଂସର ଗୋଟିଏ ବି ବଲ୍ ପଡ଼ିପାରିନଥିଲା ।

ଭାରତ-ପାକିସ୍ତାନ ମ୍ୟାଚକୁ ଦେଖିବାକୁ କ୍ରୀଡ଼ାପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ବର୍ଷା କିନ୍ତୁ ସାଜିଥିଲା ବାଧକ । ଫରେ ମ୍ୟାଚଟି ବିନା ଫଳାଫଳରେ ସମାପ୍ତ ହୋଇଛି । ଉଭୟ ଟିମକୁ ୧-୧ ପଏଣ୍ଟ ଲେଖାଏଁ ମିଳିଛି । ପୂର୍ବରୁ ପାକିସ୍ତାନ ନେପାଳ ବିପକ୍ଷ ମ୍ୟାଚ ଜିତିଥିଲା । ଭାରତ ଆସନ୍ତା ୪ ତାରିଖରେ ତା’ର ପରବର୍ତ୍ତୀ ମ୍ୟାଚ ଖେଳିବ । ନିୟମ ମୁତାବକ, ଯଦି ବର୍ଷା ପୂର୍ବରୁ ଛାଡ଼ିଯାଇଥାନ୍ତା ତେବେ ପାକିସ୍ତାନ ଅଳ୍ପ ଓଭର ଖେଳିଥାନ୍ତା । ମାତ୍ର ସେପରି କିଛି ହୋଇନଥିଲା ।

ଭାରତ ପକ୍ଷରୁ ଆଜି ହାର୍ଦ୍ଦିକ ପାଣ୍ଡ୍ୟା (୮୭) ଓ ଈଶାନ କିଶାନ (୮୨) ରନ୍ ସଂଗ୍ରହ କରିଥିଲେ । ଫଳରେ ଦଳ ଏକ ସମ୍ମାନଜନକ ସ୍କୋର ଛିଡ଼ା କରାଇବାରେ ସକ୍ଷମ ହୋଇଥିଲା । ମାତ୍ର ୬୬ ରନରେ ୪ଟି ୱିକେଟ ହରାଇ ଦଳ ବଡ଼ ସଙ୍କଟରେ ପଡ଼ିଥିଲା । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନସିମ ଶାହ ଓ ହାରିସ ରୌଫ ପ୍ରତ୍ୟେକେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭାରତ ଏହି ମ୍ୟାଚରେ ୩୦୦ ପାଖାପାଖି ସ୍କୋର କରିବାର ସୁଯୋଗ ରହିଥିଲେ ହେଁ ଶେଷ ଆଡ଼କୁ ବ୍ୟାଟ୍ସମ୍ୟାନମାନେ ଶୀଘ୍ର ଆଉଟ୍ ହୋଇଯାଇଥିଲେ । ଆଜିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ କିଙ୍ଗ କୋହଲି ବିଫଳ ହୋଇଥିଲେ ।

Get real time updates directly on you device, subscribe now.