fbpx

ଭାରତ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ଇମ୍ରାନ ଖାନଙ୍କ ସରକାର ! ଏହା ରହିଛି କାରଣ

ନୂଆଦିଲ୍ଲୀ: ଭାରତ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ପାକିସ୍ତାନ। ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଭାରତ ସହିତ ଜାରି କଟକଣା ଉପରେ ପୁଣି ଥରେ ଚିନ୍ତା କରିବାକୁ ବିବଶ ଇମ୍ରାନ ସରକାର। ବାଣିଜ୍ୟ ଏବଂ ନିବେଶ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶଦାତା ଅବଦୁଲ ରଜାକ ଦାଉଦ କହିଛନ୍ତି, ଭାରତ ସହିତ ବାଣିଜ୍ୟ କାରବାର କରିବା ସମୟର ଆବଶ୍ୟକତା ରହିଛି। ଏହା ଭାରତ ଅପେକ୍ଷା ପାକିସ୍ତାନ ପାଇଁ ଲାଭଦାୟୀ ହେବ।

ପାକିସ୍ତାନୀ ଖବର କାଗଜ ଡନର ରିପୋର୍ଟ ମୁତାବକ, ପାକିସ୍ତାନ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛି। ମନ୍ତ୍ରୀ ଦାଉଦ କହିଛନ୍ତି ଭାରତ ସହିତ କାରବାର କରିବା ଉଚିତ୍। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ପୁଣି ଥରେ ଆରମ୍ଭ କରାଯିବା ଉଚିତ୍। ଏହା ଭାରତ ଅପେକ୍ଷା ପାକିସ୍ତାନ ପାଇଁ ଫଳପ୍ରଦ ହେବ।

ପାକିସ୍ତାନରେ ଆକାଶଛୁଆଁ ଦରବୃଦ୍ଧି ସେଠାକାର ଜନତାଙ୍କୁ କଲବଲ୍ କରି ସାରିଛି। ଦେଶର ଅର୍ଥନୀତି ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ତୈଳ, କଞ୍ଚାମାଲ, ଯନ୍ତ୍ରାଂଶ ଏବଂ ଅନ୍ୟ ସାମଗ୍ରୀ ଅତ୍ୟଧିକ ମାତ୍ରାରେ ବିଦେଶରୁ ଆମଦାନୀ କାରଣରୁ ଏହି ସମସ୍ୟା ଜାରି ରହିଛି।

ଭାରତ-ପାକିସ୍ତାନ ମଧ୍ୟରେ କାରବାର ଉପରେ କଣ ରହିଛି କଟକଣା ?

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୧୯ର କାରବାର ବହୁତ କମ ଚାଲିଛି। ସେହି ବର୍ଷ ଜାନୁଆରୀରେ କଶ୍ମୀରର ପୁଲଓ୍ଵାମା ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଭାରତ ଏଥିପାଇଁ ପାକିସ୍ତାନକୁ ଦାୟୀ କରିଛି। ଏହା ପରେ ଭାରତ ପାକିସ୍ତାନ ସହ ବାଣିଜ୍ୟ ଉପରେ ସୀମା ଶୁଳ୍କକୁ ୨୦୦ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧି କରିଛି। ଏହାର ପ୍ରଭାବରେ ଭାରତ-ପାକିସ୍ତାନ ମଧ୍ୟରେ ବାଣିଜ୍ୟ କାରବାର କିଛି ମାସରେ ୧୦ ପ୍ରତିଶତରୁ କମକୁ ଖସି ଆସିଛି।

କାହାର ହେଉଛି ଅଧିକ କ୍ଷତି

ପାକିସ୍ତାନ ପୋଷାକ ଏବଂ ଚିନି ଉଦ୍ୟୋଗ କଟକଣା କାରଣରୁ ପ୍ରଭାବିତ ହୋଇଛି। ଅନ୍ୟପଟେ ଭାରତର ସିମେଣ୍ଟ, ଲୁଣ ସହିତ ଶୁଷ୍କ ଖାଦ୍ୟର ବଜାର ଉପରେ ଏହାର ପ୍ରଭାବ ମଧ୍ୟ ପଡିଛି। ତେବେ ଦୁଇ ଦେଶ ମଧ୍ୟରେ ଜାରି କଟକଣାର ପ୍ରଭାବ ପାକିସ୍ତାନ ଉପରେ ଅଧିକ ପଡୁଛି।

ଦୁଇ ଦେଶ ମଧ୍ୟରେ କମ କାରବାର ହେବାର କାରଣ ଉଚ୍ଚ ଶୁଳ୍କ, କଠିନ ଭିସା ନୀତି ଏବଂ ବାଣିଜ୍ୟର ମୁସ୍କିଲ ପ୍ରକ୍ରିୟା ରହିଛି। ଯଦି କଟକଣା କମ କରାଯାଏ ତେବେ ଦୁଇ ଦେଶ ମଧ୍ୟରେ କାରବାର ୨ ଅରବ ଡଲାରରୁ ବଢି ୩୭ ଅରବ ଡଲାର ହୋଇପାରେ।

Get real time updates directly on you device, subscribe now.