ପର୍ଯ୍ୟଟନ କ୍ଷେତ୍ରରେ ଆଗୁଆ ଭାରତ, ୧୧୯ ଦେଶ ଭିତରେ ୩୯ତମ ସ୍ଥାନ ଅଧିକାର କଲା …

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଡେଭଲପମେଣ୍ଟ ଇନଡେକ୍ସ (ଟିଟିଡିଆଇ) ରିପୋର୍ଟ ଯେଉଁଥିରେ ଭାରତ ୩୯ତମ ସ୍ଥାନରେ ରହିଛି । ୧୧୯ ଦେଶଙ୍କ ନାମ ଏହି ସୂଚୀରେ ସ୍ଥାନ ପାଇଛି । ୱାର୍ଲ୍ଡ ଇକୋନୋମି ଫୋରମ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ପୂର୍ବରୁ ୨୦୨୧ରେ ପ୍ରକାଶ ପାଇଥିବା ରିପୋର୍ଟରେ ଭାରତ ୫୪ତମ ସ୍ଥାନରେ ଥିଲେ । ତିନିବର୍ଷ ମଧ୍ୟରେ ଭାରତର ସ୍ଥାନ ଆଗକୁ ଆସିଛି । ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବା ଲକ୍ଷ୍ୟ ରଖି ସରକାର କେନ୍ଦ୍ର ସରକାର ବହୁ ନିୟମ ଓ ଯୋଜନା ପ୍ରସ୍ତୁତ କରୁଥିବାବେଳେ ସେଗୁଡ଼ିକ ଭିତରୁ ସ୍ୱଦେଶ ଦର୍ଶନ ଅଭିଯାନକୁ ବେଶୀ ଗୁରୁତ୍ୱ ଦିଆଯାଉଥିବା କେନ୍ଦ୍ର ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜ୍ୟ ସଭାରେ ଏ ସୂଚନା ରଖିଛନ୍ତି । ବିଦେଶୀମାନେ ଅଧିକମାତ୍ରାରେ ଭାରତ ବୁଲିବା ପାଇଁ ବେଶୀ ପସନ୍ଦ କରୁଛନ୍ତି ।

ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମେଡିକାଲ ଭାଲ୍ୟୁ ଟ୍ରେବଲ (ଏମବିଟି) ଲଞ୍ଚ କରିଛନ୍ତି । ଏହା ହେଲ୍ଥକେୟାର ଇଣ୍ଡିଆ ପୋର୍ଟାଲ । ଯାହା ଏକ ‘ୱାନ୍ ଷ୍ଟପ୍’ ପୋର୍ଟାଲ । ଏହା ସାହାଯ୍ୟରେ ବିଦେଶରେ ରହୁଥିବା ଭାରତୀୟମାନେ ଏହି ପୋର୍ଟାଲର ଲାଭ ଉଠେଇ ପାରିବେ । ଏହା ଜରିଆରେ ବିଦେଶରେ ରହୁଥିବା ଭାରତୀୟମାନେ ଚିକିତ୍ସା ଉପଚାରର ଲାଭବାନ ହେବାକୁ ଚାହୁଁଥିବା ବ୍ୟକ୍ତି ପୋର୍ଟାଲ ଜରିଆରେ ଚିକିତ୍ସା ସମ୍ବନ୍ଧୀୟ ସୂଚନା ପାଇପାରିବେ ।

ପର୍ଯ୍ୟଟନ ଦିଗରେ ପୂର୍ବ ଅପେକ୍ଷା ବର୍ତ୍ତମାନର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଯେଉଁ କାରଣରୁ ଭାରତ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇଛି । ପର୍ଯ୍ୟଟନକୁ ଅଧିକ ଉନ୍ନତ କରିବା ପାଇଁ ୧,୫୦,୦୦୦କିଲୋମିଟର ସଡ଼କ ନେଟୱର୍କ, ୫୦୦ ନୂଆ ଆକାଶ ମାର୍ଗର ବିକାଶ ସାଙ୍ଗକୁ ୧୫୦ରୁ ଅଧିକ ବିମାନ ବନ୍ଦରର ନିର୍ମାଣ କରାଯାଇଛି ।