fbpx

ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ଭାରତ, GDP ବଢି ୩.୭୫ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ: ବିଶ୍ୱରେ ଭାରତର ଜିଡିପି ୩.୭୫ ଲକ୍ଷ କୋଟି ଡଲାରରେ ପହଁଚିଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଜାରି କରାଯାଇଛି । ୨୦୧୪ରେ ଏହା ୨ ଲକ୍ଷ କୋଟି ଡଲାର ଥିଲା । ତେବେ ଭାରତ ବିଶ୍ୱର ଶ୍ରେଷ୍ଠ ୧୦ ଅର୍ଥବ୍ୟବସ୍ଥା ମଧ୍ୟରୁ ପଞ୍ଚମ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଛି । ତେଣୁ ଏନେଇ ବିଶ୍ୱ ଅର୍ଥନୀତିରେ ବ୍ରାଇଟ୍ ସ୍ପଟ କୁହାଯାଉଛି ।

ଗଭର୍ଣ୍ଣର ଶଶିକାନ୍ତ ଦାସ ଚଳିତ ମାସ ମୁଦ୍ରାନୀତି କମିଟି ବୈଠକରେ କହିଥିଲେ ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିଥିଲା । ଯାହାକି ପୂର୍ବାନୁମାନ ଅପେକ୍ଷା ଅଧିକ ଦୃଢ । ଆଗାମୀ ୨୦୨୩-୨୪ ରେ ଦେଶରେ ବାସ୍ତବ ଜିଡିପି ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି । ପ୍ରଥମ ତ୍ରୟମାସରେ ୬ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ୫.୭ପ୍ରତିଶତ ରହିବ ବୋଲି ସର୍ବୋଚ୍ଚ ବ୍ୟାଙ୍କ ଅନୁମାନ କରିଛି ।

ସୂଚନାଯୋଗ୍ୟ, ୨୦୧୮-୧୯ରେ ଦେଶର ଜିଡିପି ଅଭିବୃଦ୍ଧି ୬.୫% ଥିବା ବେଳେ ୨୦୧୯-୨୦ରେ ୩.୯ ପ୍ରତିଶତ, କୋଭିଡ୍ ଯୋଗୁଁ ୨୦୨୦-୨୧ରେ ଏହା ତଳମୁହାଁ ହୋଇଥିଲା । ୨୦୨୧-୨୨ରେ ଏହା ୯.୧% ବଢିଥିବା ବେଳେ ୨୦୨୨-୨୩ରେ ୭.୨ପ୍ରତିଶତ ବଢିଛି ।

Get real time updates directly on you device, subscribe now.