fbpx

ସେମିରେ ହାରିଲା ପାକିସ୍ତାନ: ପୁରୁଷ କବାଡ଼ି ଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି ଭାରତ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୮ରେ ପହଞ୍ଚି ଯାଇଛି । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ପଦକ ରହିଛି ।

ତେବେ ଏହା ମଧ୍ୟରେ କବାଡ଼ି ସେମିଫାଇନାଲରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ପାକିସ୍ତାନକୁ ୬୧-୪ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହାଫଳରେ ଭାରତୀୟ ଟିମ୍ କବାଡ଼ିରେ ରୌପ୍ୟ ପଦକ ସୁନିଶ୍ଚିତ କରିଛି । ଏହାପୂର୍ବରୁ ଆଜି ଭାରତୀୟ ମହିଳା କବାଡ଼ି ଟିମ୍ ସେମିଫାଇନାଲରେ ପ୍ରତିପକ୍ଷ ନେପାଳକୁ ୬୧-୭ରେ ହରାଇ ଫାଇନାଲରେ ପହଞ୍ଚିଥିଲା ।

ଏହା ପୂର୍ବରୁ ଆର୍ଚେରୀରେ ଭାରତୀୟ ପୁରୁଷ ରିକର୍ଭ ଟିମ୍ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରି ରୌପ୍ୟ ପଦକ ଜିତିବା ସୁନିଶ୍ଚିତ କରିଥିଲା । ଟି-୨୦ରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ସେମିଫାଇନାଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିବା ସହ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲା । ଆର୍ଚେରୀରେ ଭିଏତନାମକୁ ହରାଇ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା । ସେହିପରି ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଏଚ.ଏସ ପ୍ରଣୟ ୪୧ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.