fbpx

ଡିଜିଟାଲ ବ୍ୟାକିଙ୍ଗ ପାଇଁ ପ୍ରସ୍ତୁତ ଭାରତ; ହ୍ରାସ ପାଉଛି ନଗଦ ଟଙ୍କାର ବ୍ୟବହାର

ଭୁବନେଶ୍ୱର: ଦେଶର ନାଗରିକ ମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ଯୋଗାଇ ଦେଉଛନ୍ତି । ଅନଲାଇନ ଯୁଗରେ ଦେଶର ନାଗରିକ ମାନଙ୍କୁ ଡିଜିଟାଲି ଏବଂ ବାଧାମୁକ୍ତ ଭାବେ ବ୍ୟାଙ୍କର ସୁବିଧା ଯୋଗାଇ ଦେବାର ଲକ୍ଷ ନେଇ ଡିବିୟୁର ଶୁଭାରମ୍ଭ କରାଯାଇଛି । ତେବେ ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ଡିବିୟୁରେ ମୋଟ କାରବାର ୩.୫୨ ଲକ୍ଷ ଟପିଥିବା ସୂଚନା ରହିଛି । ଡିଜିଟାଲ ବ୍ୟାକିଙ୍ଗ ଉତ୍ପାଦ ପ୍ରଦାନ କରିବା ଲାଗି ବିଶେଷ ଶାଖା ଭାବେ ଡିବିୟୁ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି ।

ତେବେ ଏନେଇ କୌଣସି କାଗଜ ପତ୍ରର ଆବଶ୍ୟକତା ନାହିଁ । ଏହା ଡିଜିଟାଲ ଆର୍ଥିକ ସାକ୍ଷରତା କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଇକେୱାଇସି/ ଭିଡିଓ କେୱାଇସି ଜରିଆରେ ବିନା ଚିନ୍ତାରେ ଆପଣମାନେ ଆକାଉଣ୍ଟ ଖୋଲିପାରିବେ । ଏହି ସୁବିଧା ଦ୍ୱାରା ଆପଣ ୨୪ ଘଣ୍ଟାର ଯେକୌଣସି ସମୟରେ ଟଙ୍କା ଜମା କରି ପାରିବେ ଏବଂ ଯେକୌଣସି ସମୟରେ ଟଙ୍କା ଉଠାଇ ପାରିବେ ।

ୟୁପିଆଇ ସହିତ ଦେଶର ଡିଜିଟାଲକରଣ ବଢୁଛି । ଦେଶର ଡିଜିଟାଲ ପେମେଣ୍ଟ ବିପ୍ଳବ ଆଣିବାରେ ୟୁପିଆଇର ପ୍ରମୁଖ ଯୋଗଦାନ ରହିଛି । ତେବେ ନଭେମ୍ବର ୨୦୨୨ରେ ୧୧.୯୧ ଲକ୍ଷ କୋଟି ଟଙ୍କାର ୭୩୦ କୋଟିରୁ ଅଧିକ କାରବାର ହୋଇଛି ।

ଆକାଉଣ୍ଟ ଓ ଆର୍ଥିକ ତଥ୍ୟ ସଂଗ୍ରହ ମାଧ୍ୟମରେ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତିକରଣ:

ଆକାଉଣ୍ଟ ଏଗ୍ରିଗେଟରମାନେ ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ଅଣ-ବ୍ୟାଙ୍କିଙ୍ଗ ଆର୍ôଥକ କମ୍ପାନୀ ଏନବିଏଫସି, ଯେଉଁମାନଙ୍କୁ ସ୍ପଷ୍ଟ ସହମତି ଆଧାରିତ ତଥ୍ୟ ବାଣ୍ଟିବା ଏବଂ ଡିଜିଟାଲ ଡାଟା ପୋର୍ଟେବଲିଟୀ ମାଧ୍ୟମରେ ନାଗରିକମାନଙ୍କୁ ତଥ୍ୟ ମାମଲାରେ ସଶକ୍ତ କରିଥାଏ ।

Get real time updates directly on you device, subscribe now.