fbpx

ଦେଶରୁ ପୁଣି ଚିହ୍ନଟ ହେଲେ ୨.୧୩ ଲକ୍ଷ କୋଭିଡ୍ ଆକ୍ରାନ୍ତ, ୮୬୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୩ ହଜାର ୨୪୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୨୫,୦୧୧ ହୋଇଯାଇଛି । ସେହିପରି ଦିନକରେ ୮୬୫ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧ ହଜାର ୯୭୯ କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ହୋଇଛନ୍ତି ୪,୦୪,୬୧,୧୪୮ ଜଣ ସଂକ୍ରମିତ । ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜୋରଦାର୍ ହେଉଛି । ମୋଟ ଟିକାକରଣ ସଂଖ୍ୟା ୧୬୯,୪୬,୨୬,୬୯୭ କୋଟିକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.