fbpx

ଲକ୍ଷେ ତଳକୁ ଆସିଲା ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା, ୧୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ୬୭ ହଜାର ୫୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୧ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୪ ହଜାର ୬୨ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ୧ ଲକ୍ଷ ୮୦ ହଜାର ୪୫୬ ଜଣଙ୍କ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥଙ୍କ ସଂଖ୍ୟା ୪ କୋଟି ୮ ଲକ୍ଷ ୪୦ ହଜାର ୬୫୮ ହୋଇଛି । ଅନ୍ୟପଟେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୯ ଲକ୍ଷ ୯୪ ହଜାର ୮୯୧ । ଅନ୍ୟପଟେ ଟିକା ନେଲେଣି ୧୭୦ କୋଟି ୨୧ ଲକ୍ଷରୁ ଅଧିକ ।

Get real time updates directly on you device, subscribe now.